ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ହେବ କଡା ଟକ୍କର

26

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ କଙ୍ଗାରୁ ଦଳ ଏବେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ । ତେବେ ଭାରତ ଏହି ମ୍ୟାଚରେ ଜିତିବାକୁ ହେଲେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନଙ୍କୁ ରୋକିବାକୁ ହେବ ।

ତେଣୁ ଏହି ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଟେଷ୍ଟ ସିରିଜରେ ବିଜୟ ପରେ ଏବେ ଭାରତ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି । ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହେବାକୁ ଚେଷ୍ଟା କରିବ ।

ସେହିପରି କଙ୍ଗାରୁ ଦଳ ଟେଷ୍ଟ ସିରିଜରେ ପରାଜିତ ହୋଇଥିବାରୁ ଦିନିକିଆରେ ବଦଲା ନେବାକୁ ମୈଦାନକୁ ଓହ୍ଲାଇବ ।

Comments are closed, but trackbacks and pingbacks are open.