ଭାରତ – ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ : ରାହୁଲ ଙ୍କ ବଦଳରେ ରିଷଭ ପନ୍ତ ଭାରତୀୟ ଦଳର ଅଧିନାୟକ

39

ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ। ସିରିଜ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ସିରିଜ ପାଇଁ ଅଧିନାୟକ ଘୋଷଣା ହୋଇଥିବା କେଏଲ୍‌ ରାହୁଲ ସିରିଜରୁ ବାଦ୍‌ ପଡିଛନ୍ତି। ଆହତ ଜନିତ ସମସ୍ୟା ଯୋଗୁଁ ସିରିଜ ଖେଳିବେନି ରାହୁଲ। ତାଙ୍କ ବଦଳରେ ଏହି ସିରିଜରେ ରିଷଭ ପନ୍ତ ଦଳର ଅଧିନାୟକ ଦାୟିତ୍ବ ତୁଲାଇବେ। ସେହିପରି ଆହତ କାରଣରୁ କୁଳଦୀପ ଯାଦବ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି I

ତେଣୁ କଟକ ବାରବାଟୀରେ ଆଉ ରାହୁଲଙ୍କୁ ଦେଖିବାକୁ ମିଳିବ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଉପ-ଅଧିନାୟକ ଦାୟିତ୍ବ ତୁଲାଇବେ। ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି। ତେବେ ରାହୁଲ ସିରିଜରୁ ବାଦ ପଡିବା ନେଇ ଅନେକ କ୍ରିକେଟ ପ୍ରେମୀ ଅସନ୍ତୋଷ ଜାହରି କରିଛନ୍ତି। ମ୍ୟାଚ୍‌ର ଗୋଟେ ଦିନ ପୂର୍ବରୁ କିଭଳି ରାହୁଲ ଏଭଳି ନିଷ୍ପତ୍ତି ନେଲେ, ତାହାକୁ ନେଇ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୯ ତାରିଖରୁ ଟି-୨୦ ସିରିଜ ଖେଳାଯିବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନରେ କଟକରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ ୧୪ ଜୁନ ଏବଂ ୪ର୍ଥ ମ୍ୟାଚ ୧୭ ଜୁନକୁ ଖେଳାଯିବ। ଏହି ସିରିଜର ଶେଷ ମ୍ୟାଚ ଜୁନ ୧୯ ତାରିଖ ବାଙ୍ଗାଲୋରରେ ଆୟୋଜିତ ହେବ। ଏହାପରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ।

ଭାରତୀୟ ଟି-୨୦ ଟିମ୍‌ : କେଏଲ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାର୍ଡ, ଇଶାନ୍ କିଶନ, ଦୀପକ ହୁଡା, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆର୍ ବିଷ୍ଣୋୟୀ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେସ ଖାନ୍, ଅର୍ଶଦୀପ ସିଂ, ଉମ୍ରାନ୍ ମଲ୍ଲିକ ।

Comments are closed, but trackbacks and pingbacks are open.