ଭାରତ -ଦ.ଆଫ୍ରିକା ପ୍ରଥମ T20 ମ୍ୟାଚ୍ : ଇଶାନଙ୍କ ଅର୍ଦ୍ଧ ଶତାବ୍ଦୀ ବୃଥା, ପରାଜୟ ରୁ ଭାରତ ର ସିରିଜ ଆରମ୍ଭ

32

ପରାଜୟରୁ ସିରିଜ ଆରମ୍ଭ କଲା ଭାରତ I ଡେଭିଡ ମିଲର ଏବଂ ରାସି ଭାନ ଡେର ଡୁସେନଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ ଟି -20 ମ୍ୟାଚରେ ୭ ଟି ୱିକେଟରେ ଭାରତ କୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା I ଏହା ସହ ଦକ୍ଷିଣ ଆଫ୍ରିକା ୫ ଟି ଟି -୨୦ ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି I ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ବିଶାଳ ୨୧୧ ରନ୍‌ କରିଥିଲେ ହେଁ ଦକ୍ଷିଣ ଆଫ୍ରିକା ୫ ବଲ ପୂର୍ବରୁ ମାତ୍ର ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଡାଭିଡ ମିଲର ଓ ରାସି ଭାନ ଡେର ଡୁସେନ ଦକ୍ଷିଣ ଆଫ୍ରିକା ବିଜୟର ବିନ୍ଧାଣି ସାଜିଛନ୍ତି। ମିଲର ୪ ଟି ଚୌକା ଓ ୫ ଛକା ସହାୟତାରେ ୩୧ ବଲରୁ ଅପରାଜିତ ୬୪ ରନ ସଂଗ୍ରହ କରିଥିବାବେଳେ ଡୁସେନ ୪୬ ଟି ବଲରେ ୭ ଚୌକା ଓ ୫ ଛକା ମାରିଥିଲେ I ସେହିପରି ପ୍ରଥମଥର ପାଇଁ ଋଷଭ ପନ୍ତ ଭାରତର କମାଣ ସମ୍ଭାଳିଥିଲେ ହେଁ ପରାଜୟରୁ ତାଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ ହୋଇଛି। ବର୍ତ୍ତମାନ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ I

ଉଭୟ ୪ର୍ଥ ୱିକେଟ ପାଇଁ ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଛନ୍ତ। ଏହି ପରାଜୟ ସହ ଟିମ୍‌ ଇଣ୍ଡିଆ ୫ ଟିକିଆ ଟି-୨୦ ସିରିଜ୍‌ରେ ୦-୧ରେ ପଛୁଆ ହୋଇଯାଇଛି।
ଭାରତ ର ପ୍ରଥମ ପରାଜୟ ପରେ କ୍ରମାଗତ ୧୩ ଟି ମ୍ୟାଚ୍ ଜିତି ବିଶ୍ୱ ରେକର୍ଡ ସୃଷ୍ଟି କରିବାର ଭାରତୀୟ ଦଳର ସ୍ୱପ୍ନ ଭାଙ୍ଗିଯାଇଛି I ଏଯାଏ ଟିମ ଇଣ୍ଡିଆ ଲଗାତର ୧୨ଟି ଟି-୨୦ ମ୍ୟାଚ୍‌ ଜିତିଥିଲା I ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଏହା ଦକ୍ଷିଣ ଆଫ୍ରିକାର ଏହା ହେଉଛି ସବୁଠାରୁ ବଡ ରନ୍। ଏହାପୂର୍ବରୁ ସେ ୨୦୦୭ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୬ ରନ୍ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପାଇଁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed, but trackbacks and pingbacks are open.