ବିଶ୍ୱ ସ୍ତରରେ ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ, ବାର୍ଷିକ ବୃଦ୍ଧି ହାରରେ ତୃତୀୟ

233

ନୂଆଦିଲ୍ଲୀ: ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବାଲିରେ ପ୍ରକାଶିତ ବିଶ୍ୱ ବନ୍ୟ ସମ୍ପଦ ମୂଲ୍ୟାଙ୍କନ (ଜିଏଫଆରଏ) ୨୦୨୫ ଅନୁଯାୟୀ, ଭାରତ ବିଶ୍ୱ ପରିବେଶ ସଂରକ୍ଷଣରେ ଏକ ଗୁରତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ଏବଂ ମୋଟ ଜଙ୍ଗଲ କ୍ଷେତ୍ରଫଳ ଦୃଷ୍ଟିରୁ ଭାରତ ବିଶ୍ୱରେ ୯ମ ସ୍ଥାନରେ ପହଞ୍ଚିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସର ଏକ ପୋଷ୍ଟରେ ଏହି ବିକାଶ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବ ମୂଲ୍ୟାଙ୍କନରେ, ଭାରତ ଦଶମ ସ୍ଥାନରେ ଥିଲା। ବାର୍ଷିକ ଜଙ୍ଗଲ କ୍ଷେତ୍ର ବୃଦ୍ଧି କ୍ଷେତ୍ରରେ ଭାରତ ବିଶ୍ୱରେ ନିଜର ତୃତୀୟ ସ୍ଥାନ ବଜାୟ ରଖିଛି, ଯାହାକି ସ୍ଥାୟୀ ଜଙ୍ଗଲ ପରିଚାଳନା ଏବଂ ପରିବେଶଗତ ସନ୍ତୁଳନ ପ୍ରତି ଏହାର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ଯାଦବ କହିଛନ୍ତି ଯେ, ଏହି ଉଲ୍ଲେଖନୀୟ ପ୍ରଗତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ନୀତି ଏବଂ କାର୍ଯ୍ୟକ୍ରମର ସଫଳତାକୁ ସ୍ପଷ୍ଟ କରୁଛି। ଏହାର ଉଦ୍ଦେଶ୍ୟ ଜଙ୍ଗଲ ସଂରକ୍ଷଣ, ବନୀକରଣ ଏବଂ ସମ୍ପ୍ରଦାୟ ନେତୃତ୍ୱାଧୀନ ପରିବେଶଗତ କାର୍ଯ୍ୟ କରିବା।

Comments are closed, but trackbacks and pingbacks are open.