କଳିଙ୍ଗରେ ଇତିହାସ ରଚିଲା ଭାରତ : ବାଂଲାଦେଶକୁ ହରାଇ ଭାରତ ସାଫ୍ ଅଣ୍ଡର-୨୦ ଚମ୍ପିୟନ, ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ

32

ଭୁବନେଶ୍ବର : ଭାରତ ପୁଣିଥରେ ୨୦ ବର୍ଷରୁ କମ୍ ସାଫ୍ ଫୁଟବଲରେ ଚାମ୍ପିଅନ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଭାରତ, ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରିଛି। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପଦର୍ଶନ କରିବା ସହ ୪ ଟି ଗୋଲ ସ୍କୋର କରିଥିଲେ, ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ 1-1 ରେ ସମାନ ସ୍ଥିତିରେ ଥିଲେ। ସେହିପରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା 2-2 ରେ ରହିଥିଲେ। ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା। ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା ଏବଂ ଏକ୍‌ଷ୍ଟ୍ରା ଟାଇମରେ ଭାରତ ୩ ଟି ଗୋଲ ସ୍କୋର କରି 5-2 ରେ ବିଜୟ ହାସଲ କରିଛି। ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସିପ ଟ୍ରଫି ନିଜ ନାଁରେ କରିଛି। ୨୦୧୯ ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ହରେଇ ଚମ୍ପିୟନ ହୋଇଥିଲା।

Comments are closed, but trackbacks and pingbacks are open.