ଏସିୟ କ୍ରୀଡାରେ ଇତିହାସ ରଚିଲା ଭାରତ

41

ଚାଇନାରେ ଚାଲିଥିବା ୧୯ତମ ଏସିୟ କ୍ରୀଡାରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ ପଦକ । ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ହେଲେ ଚଳିତବର୍ଷ ଏସିଆନ ଗେମ୍ସରେ ଆଜି ଅଶ୍ୱ ଚାଳନାର ଟିମ ଇଭେଣ୍ଟରେ ଭାରତକୁ ଗୋଲ୍ଡ ମେଡାଲ ମିଳିଛି ।

ଏହି ଅଶ୍ୱ ଚାଳନା ଇଭେଣ୍ଟରେ ଭାରତ ୨୦୯.୨୦୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚାଇନା ୨୦୪.୮୮୨ ପଏଣ୍ଟ ସହ ରୌପ ପଦକ ଓ ହଂକଂ ଚାଇନା ୨୦୪.୮୨ ପଏଣ୍ଟ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି ।

ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଅନୁଶ ଗାରୱାଲ୍ଲା ଓ ଦିବ୍ୟାକରିତି ସିଂହଙ୍କୁ ନେଇ ଗଠିତ ଟିମ ଅଶ୍ୱ ଚାଳନାର ଡ୍ରେସେଜ ଇଭେଣ୍ଟରେ ଏହି ଐତିହାସିକ ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହ ଡ୍ରେସେଜ ଇଭେଣ୍ଟରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ।

ସେହିପରି ଭାରତ ଅଶ୍ୱ ଚାଳନା କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ୱର୍ଣ୍ଣ ଜିତିଛି । ହେଲେ ୧୯୮୨ ପରଠାରୁ ଭାରତ ଅଶ୍ୱ ଚାଳନାରେ ସ୍ଵର୍ଣ୍ଣ ଜିତିବା ପାଇଁ ସକ୍ଷମ ହୋଇପାରିବ ନଥିଲା । ଚଳିତବର୍ଷ ସ୍ଵର୍ଣ୍ଣ ଜିତି ନୂତନ ଇତିହାସ ସୃଷ୍ଟି କରିଛି l ତେବେ ଅଶ୍ୱ ଚାଳନାରେ ଭାରତ ଆଜି ସ୍ୱର୍ଣ୍ଣ ଜିତିବା ପରେ ଦେଶର ପଦକ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ରହିଛି।

Comments are closed, but trackbacks and pingbacks are open.