ପିଚ ପାଇଁ ଭାରତ ହରାଇଲା ବିଶ୍ୱକପ-୨୦୨୩

958

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଭାରତ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ଫାଇନାଲରେ ହାରିବା ଅନେକଙ୍କୁ ହଜମ ହୋଇ ନ ଥିଲା । ବିସିସିଆଇ ଅଧିନାୟକ ରୋହିତ ଶର୍ମା ଏବଂ ମୂଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କୁ ପ୍ରଥମ ଥର ପାଇଁ ଏହି ପରାଜୟର କାରଣ ପଚାରିଛି ।

କୋଚ ରାହୁଲ ଡ୍ରାଭିଡ ସ୍ପଷ୍ଟ ଭାବେ କହିଥିଲେ ପରାଜୟ ପାଇଁ ପିଚ ଦାୟୀ । ଏହି ବୈଠକରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଓ କୋଷାଧ୍ୟକ୍ଷ ଆଶୀଷ ଶେଲାର ଉପସ୍ଥିତ ଥିଲେ । ଯେଉଁ ପିଚରେ ମ୍ୟାଚ ଖେଳାଯାଇଥିଲା ସେଠାରେ ବଲ ଟର୍ଣ୍ଣ କରି ନ ଥିଲା । ସୂଚନାଯୋଗ୍ୟ, ଏହି ପିଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆୟୋଜିତ ହୋଇଥିଲା ।

ଏଠାରେ ଚେଜ କରିବା ଟିମ ସହଜରେ ବିଜୟ ହାସଲ କରିଥାଏ । ପାକିସ୍ତାନ କ୍ଷେତ୍ରରେ ଭାରତ ମଧ୍ୟ ସହଜରେ ବିଜୟୀ ହୋଇଥିଲା । ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରିବା ଯୋଗୁ ଅସୁବିଧାରେ ପଡିଥିଲା । ତେବେ କୋଚ ଏବଂ ଅଧିନାୟକ ଏହି ଉତର ପ୍ରଶଂସକଙ୍କ ମନ ଜିଣି ପାରି ନାହିଁ । ମ୍ୟାଚ ଜିତିବା ପାଇଁ ଖେଳିବାକୁ ପଡିଥାଏ, ପିଚକୁ ଦାୟୀ କରି ଖସିଯିବା ଠିକ ନୁହେଁ ବୋଲି ଜଣେ ପ୍ରଶଂସକ କହିଛନ୍ତି ।

Comments are closed, but trackbacks and pingbacks are open.