ଭାରତ ଚୀନ ସୀମାରେ ଜଗିବ ଅତ୍ୟାଧୁନିକ ରକେଟ ଲଂଚର

25

ସୀମାରେ ଚୀନକୁ ସେନାକୁ ମୁକାବିଲା କରିବା ପାଇଁ ଫରୱାର୍ଡ ପୋଷ୍ଟରେ ଅଧିକ ସେନା ଓ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି ଭାରତ I ଅରୁଣାଚଳ ପ୍ରଦେଶ, ତାୱାଙ୍ଗ ସୀମା ପରେ ଏବେ ଲଦାଖରେ ମୁତୟନ କରାଯିବ ପିନାକା ମଲ୍ଟି ବାରାଲ ରକେଟ୍ ଲଂଚର । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସହ ଲାଗି ରହିଥିବା ବିବାଦ ଭିତରେ ଏହି ଅତ୍ୟାଧୁନିକ ମଲ୍ଟି ବାରାଲ ରକେଟ୍ ଲଂଚର ଡ୍ରାଗନ ସେନାକୁ କଡ୍ଡା ଜବାବ ଦେବାପାଇଁ ବ୍ରହ୍ମାସ୍ତ୍ର ହେବ I
ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ପ୍ରସ୍ତୁତ ଅତ୍ୟାଧୁନିକ ରକେଟ୍ ଲଂଚରର I ଏହି ଅତ୍ୟାଧୁନିକ ରକେଟ୍ ଲଂଚର ହେଉଛି ପିନାକା ମଲ୍ଟି ବ୍ୟାରେଲ ରକେଟ ଲଂଚର ଓ ସ୍ମର୍ଚ୍ଚ ମଲ୍ଟିପୁଲ ରକେଟ ଲଂଚର କୁ ଭାରତୀୟ ଯବାନ ଆସାମ ସୀମାରେ ଏହାର ପରୀକ୍ଷଣ କରିଛନ୍ତି । ତେବେ ଏହାକୁ ଲଦାଖର ଫରୱାର୍ଡ ପୋଷ୍ଟରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ଏହି ଅତ୍ୟାଧୁନିକ ରକେଟ୍ ଲଂଚରକୁ ଡିଆରଡିଓ ଦ୍ୱାରା ନିର୍ମାଣ କରାଯାଇଛି । ଗତବର୍ଷ ଚାନ୍ଦିପୁରରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା । ଆଉ ଚଳିତବର୍ଷ ଏହାକୁ ସୀମାରେ ମୁତୟନ କରାଯାଇଛି । ଏହି କ୍ଷେପଣାସ୍ତ୍ର ୯୦ କିଲୋମିଟ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ଓ ପ୍ରତ୍ୟକ ଲକ୍ଷ୍ୟ ସ୍ଥଳରେ ୨୦୦ମିଟର ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ
ଲଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ପ୍ରକୃତ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଛି ଚୀନ ସେନା ତୃତୀୟ ଥର ପାଇଁ ଦେଶପାଙ୍ଗ ଠାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା କମାଣ୍ଡୋ ସ୍ତରୀୟ ଶାନ୍ତି ଆଲୋଚନା ବୈଠକ ବିଫଳ ହୋଇଥିଲା I

Leave A Reply

Your email address will not be published.