ଡିଜିଟାଲ୍ ଷ୍ଟ୍ରାଇକ୍ କଲା ଭାରତ: ବନ୍ଦ ହେଲା ପାକିସ୍ତାନର ଅଫିସିଆଲ୍ ଏକ୍ସ ଆକାଉଣ୍ଟ

123

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ପାକିସ୍ତାନ ଉପରେ ଭାରତ ଡିଜିଟାଲ ଷ୍ଟ୍ରାଇକ୍ କରିଛି। ଭାରତ ପାକିସ୍ତାନ ସରକାରଙ୍କ ସାମାଜିକ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇଛି। ବୁଧବାର ସନ୍ଧ୍ୟାରେ ସିସିଏସ୍ ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଥିଲା। ଏଥିରେ ଅଟାରି ସୀମା ବନ୍ଦ କରିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବର୍ତ୍ତମାନ ସୋସିଆଲ ମିଡିଆକୁ ନେଇ ଭାରତ ବଡ ପଦକ୍ଷେପ ନେଇଛି। ଭାରତ ପାକିସ୍ତାନର ଅଫିସିଆଲ୍ x ଆକାଉଣ୍ଟକୁ ଭାରତରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ ପାକିସ୍ତାନର ଆକାଉଣ୍ଟ ଭାରତରେ ଦେଖାଯିବ ନାହିଁ। ସିସିଏସ୍ ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଏଥିରେ ସିନ୍ଧୁର ଜଳ ଚୁକ୍ତିରୁ ଅଟ୍ଟାରୀ ସୀମା ପର୍ଯ୍ୟନ୍ତ କଡା ପଦକ୍ଷେପ ନିଆଯାଇଛି। ଏହା ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେମାନେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକକୁ ମଧ୍ୟ ଭୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଭାରତ ଏକ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି।

Comments are closed, but trackbacks and pingbacks are open.