ସିଲିକନ ଭ୍ୟାଲି ପାଇଁ ସଙ୍କଟରେ ଭାରତ

27

ଆମେରିକାରେ ହୋଇଥିବା ବ୍ୟାଙ୍କ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ । ସାମାନ୍ୟ ବୃଦ୍ଧି ପରେ ବ୍ୟବସାୟ ଆରମ୍ଭ ପରେ ସେନସେକ୍ସ ଓ ନିଫ୍ଟି ଖରାପ ସ୍ଥିତି ଦେଇ ଗତି କରୁଛି । ବିଏସଇର ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ଖସିଯାଇଛି । ଏହା ମଧ୍ୟରେ ଆମେରିକାରୁ ଆସିଥିବା ଖବର ବଜାରରେ ହଟଚମଟ ସୃଷ୍ଟି କରିଛି ।

ସିଲିକନ ଭ୍ୟାଲିରେ ତାଲା ଲାଗିବା ପରେ ଭାରତୀୟ କମ୍ପାନୀ ନଜାରା ଟେକ୍ନୋଲୋଜୀର ମୋଟା ଅଙ୍କର ଟଙ୍କା ଫସିଯାଇଛି, ଯାହାର ସେୟାର ବି ଭାଙ୍ଗି ଯାଇଛି । ପ୍ରଥମରୁ ଆଶଙ୍କା କରାଯାଉଥିଲା କି ସିଲିକନ ଭ୍ୟାଲି ବୁଡିର ପ୍ରଭାବ ଭାରତୀୟ ଷ୍ଟାର୍ଟଅପରେ ଦେଖିବାକୁ ମିଳିପାରେ । ଏହାର ବଡ କାରଣ ହେଉଛି କି ଏସଭିବି ଷ୍ଟାର୍ଟଅପକୁ ଫଣ୍ଡ ଯୋଗାଉଛି ।

ତେଣୁ ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ପରେ ଷ୍ଟାର୍ଟଅପ ସେକ୍ଟରରେ ଅନିଶ୍ଚିତତାର ପରିସ୍ଥିତି ସୃଷ୍ଟି ହୋଇଛି । କୁହାଯାଉଛି କି ନାଜାରା ଟେକ୍ନୋଲୋଜୀର ୬୪ କୋଟି ଟଙ୍କା ସିଲିକନ ଭ୍ୟାଲି ବ୍ୟାଙ୍କରେ ଫସିରହିଛି ।

Comments are closed, but trackbacks and pingbacks are open.