ଭାରତ ହେଲା ବିଶ୍ଵ ବିଜେତା: ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ରୋହିତ ବାହିନୀ

205

ନୂଆଦିଲ୍ଲୀ: ଦୀର୍ଘ ୧୭ ବର୍ଷର ସ୍ଵପ୍ନ ସାକାର ହୋଇଛି। ଭାରତ ବିଶ୍ଵ କ୍ରିକେଟରେ ନୂଆ ଚମ୍ପିୟାନ ହୋଇଛି। ଦକ୍ଷିଣ ଆଫ୍ରିକାକୁ ହରାଇ ରୋହିତ ବାହିନୀ ବିଶ୍ଵ ବିଜେତା ହୋଇଛି। ଭାରତକୁ ବିଶ୍ଵ ବିଜେତା କରିବାରେ ମୁଖ୍ୟ ଭୂମିକା ବିରାଟ କୋହିଲି, ହାର୍ଦ୍ଧିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିରାଟ କୋହିଲିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା। ସେ ଟିମ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୭୬ ରନ କରିଥିଲେ। ତେବେ ଅକ୍ସର ପଟେଲ ଏକ ଉପଯୋଗୀ ପାଳି ଖେଳିଥିଲେ। ସେ ୩୧ ବଲରେ ୪୭ ରନର ଏକ ଆକ୍ରମଣାତ୍ମକ ପାଳି ଖେଳିଥିଲେ। ବୋଲିଂ ବିଭାଗରେ ହାର୍ଦିକ ପାଣ୍ଡ୍ୟା ଅବିଶ୍ଵସନୀୟ ପାଳି ଖେଳିଥିଲେ। ସେ ୩ ଓଭରରେ ୨୦ ରନ ଦେଇ ୩ ଟି ୱିକେଟ ନେଇଥିଲେ। ସେହିଭଳି ଜସପ୍ରିତ ବୁମରାହ ୪ ଓଭରରେ ୧୮ ରନ ଦେଇ ୨ ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୪ ଓଭରରେ ୨୦ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୧୬୯ ରନ କରିପାରିଥିଲା। ଟିମ ଇଣ୍ଡିଆ ଟାଇଟଲ ମ୍ୟାଚରେ ୭ ରନ ରେ ଜିତି ବିଶ୍ଵ ବିଜେତା ହୋଇପାରିଥିଲା।

Leave A Reply

Your email address will not be published.