ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା

98

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଶୁଳ୍କ ହ୍ରାସ କରିଛି। ୨୫% ରୁ ୧୮% କୁ ଆମେରିକା ଶୁଳ୍କ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଭାରତ ଏବେ ଭେନେଜୁଏଲାରୁ ଅଧିକ ତେଲ କିଣିବ। ଟ୍ରମ୍ପ କହିଛନ୍ତି ଯେ, “ଆଜି ସକାଳେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ଏକ ସମ୍ମାନର କଥା। ସେ ମୋର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ଦେଶର ଜଣେ ଶକ୍ତିଶାଳୀ ଏବଂ ସମ୍ମାନିତ ନେତା। ଆମେ ବାଣିଜ୍ୟ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ।”

Comments are closed, but trackbacks and pingbacks are open.