ଧାନ ସମେତ ଚଳିତ ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ଓଡ଼ିଶା ସମେତ ଦେଶର ଚାଷୀଙ୍କ ଆୟ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ

35

ଧାନ ସମେତ ଚଳିତ ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶା ସମେତ ଦେଶର ଚାଷୀଙ୍କ ଆୟ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ
 ପୂର୍ବରୁ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040
ଟଙ୍କା ପାଇବେ
 ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ
ଭୁବନେଶ୍ୱର, ଜୁନ 08 – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର
ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ କମିଟି(ସିସିଇଏ) 2022-23 ବର୍ଷ ପାଇଁ ଧାନ
ସମେତ 17ଟି ଖରିଫ ଫସଲର ବର୍ଦ୍ଧିତ ଏମଏସପି ମୂଲ୍ୟକୁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ
ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ
ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାରଙ୍କ
ଏହି ନିଷ୍ପତି ଦ୍ୱାରା ଚାଷୀ ଭାଇମାନଙ୍କ ଆୟ ଆହୁରି ବୃଦ୍ଧି ହେବ । ପୂର୍ବରୁ ଧାନ ବିକ୍ରି କରି
କ୍ୱିଣ୍ଟାଲ ପିଛା 1940 ଟଙ୍କା ପାଉଥିବା ଚାଷୀ ଏଣିକି 2040 ଟଙ୍କା ପାଇବେ । ଏହି ନିଷ୍ପତି
ଦ୍ୱାରା ଓଡ଼ିଶା ଭଳି ରାଜ୍ୟର ଚାଷୀମାନେ ବିଶେଷ ଲାଭବାନ ହେବେ ।
ମାଣ୍ଡିଆ, ମକା, ହରଡ଼, ମୁଗ, ଚିନାବାଦାମ, ବିରି, ସୂର୍ଯ୍ୟମୁଖୀ ମଞ୍ଜି, ରାଶି, କପା ଭଳି ଖରିଫ ଫସଲର
ଏମଏସପି ବୃଦ୍ଧି ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀଜୀଙ୍କ ଏହି ନିଷ୍ପତି
ଆମର ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ସଙ୍ଗେସଙ୍ଗେ ଚାଷ କରିବାକୁ ଅଧିକ ପ୍ରୋତ୍ସାହିତ
କରିବା ସହିତ ଆତ୍ମନିର୍ଭର କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Comments are closed, but trackbacks and pingbacks are open.