ବଢିଲା ସଂକ୍ରମଣ : ରାଜ୍ୟରୁ ୪୧ ସଂକ୍ରମିତ ଚିହ୍ନଟ

31

ରାଜ୍ୟରେ ହଠାତ ବଢିଛି ସଂକ୍ରମଣ I ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସାମାନ୍ୟ ତଳ ଉପର ହେଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଚିହ୍ନଟ ହୋଇଥିବା ଆଜିର ୪୧ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୪ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୭ଜଣ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ସଂକ୍ରମିତ ରହିଛନ୍ତି ।
ସେହିଭଳି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୨ଜଣ ରହିଥିବାବେଳେ ବେଳେ ଷ୍ଟେଟପୁଲରୁ ୬ଜଣ ଓ କଟକରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ ଆକ୍ରାନ୍ତ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୯୩୮୧ଜଣ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରୁ ୩୧୯୧୨୬୯୯ସାମ୍ପୁଲ ଟେଷ୍ଟ୍ ହୋଇଛି । ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ଆଉ ୩୦ଜଣ କରୋନାରୁ ସୁସ୍ଥ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି I

Comments are closed, but trackbacks and pingbacks are open.