ଭାଇରସ ପାଇଁ ବଢ଼ିଲା ଚିନ୍ତା ,ଆସନ୍ତା ତିନି ମାସ ଆମ ପାଇଁ ନିର୍ଣ୍ଣାୟକ: ନିରଞ୍ଜନ ମିଶ୍ର

28

ପାର୍ବଣକୁ ଆଖି ଆଗରେ ରଖି ଆସନ୍ତା କାଲିଠୁ ଟ୍ୱିନ ସିଟିରେ କଟକଣା ଲାଗୁ କରାଯାଉଛି । ଆଉ ଏହାରି ଭିତରେ ଆଜି ଭୁବନେଶ୍ୱରରେ ସଂକ୍ରମଣ ପୁଣି ଥରେ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର । ସେ କହିଛନ୍ତି, ଭାଇରସ କୁଆଡ଼େ ଜୀବନୀ ଏହା ରହିବ । ଆମେ ଆଶା କରୁଛେ ଭାଇରସ୍ ର ଭୟାବହତା କିପରି କମିଯିବ । ଆସନ୍ତା ତିନି ମାସ ଆମ ପାଇଁ ନିର୍ଣ୍ଣାୟକ ।
ଏହି ତିନି ମାସ ଆମକୁ ସତର୍କ ରହିବାକୁ ହେବ । ଏହି ତିନି ମାସରେ ପାର୍ବଣ ଋତୁ ହେଇଥିବାରୁ ଏହି ସମୟରେ ଏକାଠି ହେବାନି କି ଗହଳି ନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମେ ନିବେଦନ କରୁଛୁ । ସବୁ ପର୍ବ ପର୍ବାଣୀ ଘର ଭିତରେ ରହି ପାଳନ କରି ପାରିବା। କିଛି ନିହାତି ଜରୁରୀ ନୁହେଁ ଯେ ଯାଇ କୌଣସି ମେଢ଼ ପାଖରେ ଗହଳି କରିବା । ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁ ନାହିଁ ।
କୋଭିଡ କାରଣରୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ବଢିଛି । କିପରି ଏହାର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ମାନସିକ ୟୁନିଟ ଗୁଡିକ ମାଧ୍ୟମରେ ମୋବାଇଲ ମେଣ୍ଟାଲ ହେଲଥ ୟୁନିଟ କରିଛୁ । ସେମାନେ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ ଏବଂ ଲୋକମାନଙ୍କୁ ମାନସିକ ସମସ୍ୟା ନିବାରଣ କରିବାକୁ ଚେଷ୍ଟା କରୁଥିଲେ ।
ମାନସିକ ରୋଗୀ ବିଭାଗରେ କଲ ସେଣ୍ଟର ମଧ୍ୟ କରିଥିଲୁ । ଏହି କାର୍ଯ୍ୟକ୍ରମ ପାଇଁ ଆମକୁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି । ଏବେ ଏହି କାର୍ଯ୍ୟ କିପରି ଆଗକୁ ଆହୁରି ତ୍ୱରାନ୍ୱିତ ହୋଇପାରିବ ସେ ଦିଗରେ ବୈଠକ ମଧାମରେ ଆଲୋଚନା ହୋଇଛି । ଏଥିପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.