ଫୁସଫୁସକୁ କୁ ସୁସ୍ଥ ରଖିବା ପାଇଁ ଏହି ସବୁକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ

0 26

ଫୁସଫୁସ କୁ ସୁସ୍ଥ ରଖିବା ପାଇଁ ଏକ ସନ୍ତୁଳିତ ଖାଦ୍ୟ ର ଆବଶ୍ୟକତା ଥାଏ I ତେଣୁ ଏହି ଖାଦ୍ୟରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଗୁଡିକ ଫୁସଫୁସ କୁ ସୁରକ୍ଷା ଦେଇ ଆପଣଙ୍କୁ ରୋଗରୁ ରକ୍ଷା କରିଥାଏ I

ବେରୀ

ବେରୀ ରେ ଆଣ୍ଟୋକିଆନିନ ଥାଏ I ଏହା ଏକ ଫ୍ଲାଭାନଏଡ୍, ଯାହା ଷ୍ଟ୍ରବେରୀ, ବ୍ଲୁ ବେରୀରେ ମିଳିଥାଏ I ଫ୍ରି ରେଡିକାଲ ଫୁସଫୁସକୁ କ୍ଷତି ପହଞ୍ଚାଏ ଇ ତେଣୁ ବେରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯୌଗିକ ତତ୍ତ୍ୱଗୁଡିକ ସେତେବେଳେ ସାହାଯ୍ୟ କାରି ହୋଇଥାଏ ଯେତେବେଳେ କି ଫୁସଫୁସ କାମ କରିବା ମନ୍ଥର ହୋଇଥାଏ ଏହି ସମୟରେ ବେରୀ ରେ ଥିବା ପୋଷାକ ତତ୍ତ୍ୱ ଫୁସଫୁସ କୁ କ୍ରିୟାଶୀଲ କରିଥାଏ I,ଏହି ସମସ୍ୟା ସାଧାରଣତଃ ବୟସ ବଢିଲେ ଦ୍ୱାରା ହୋଇଥାଏ I

ସବୁଜ ପନିପରିବା ଖାଆନ୍ତୁ
ସବୁଜ ପତ୍ର ଯୁକ୍ତ ପନିପରିବା ଖାଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ I ସବୁଜ ପନିପରିବା କାରୋଟିନଏଡରେ ଭରପୂର I ଏକ ଅଧ୍ୟୟନ ରୁ ଜଣାପଡିଛି ଯେ ଅନୁଯାୟୀ, ସବୁଜ ପତ୍ରଯୁକ୍ତ ପନିପରିବା ଖାଇବା ଦ୍ୱାରା ଫୁସଫୁସ କର୍କଟ ହେବାର ଆଶଙ୍କା କମିଯାଏ । ଦୈନିକ ଆମକୁ ଖାଦ୍ୟରେ ଋତୁକାଳୀନ ଫଳ ଓ ପନିପରିବା ଅନ୍ତର୍ଭୁକ୍ତ କରିବା ଦରକାର I ମେଥିଶାଗ ଓ ପାଳଙ୍ଗ ଶାଗ ଖାଇବା ଫୁସଫୁସ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ I

ନାଲି ରଙ୍ଗ ର ଫଳ ଏବଂ ପନିପରିବା
ନାଲି ରଙ୍ଗର ପନିପରିବା ଏବଂ ଫଳ ଖାଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ଅଟେ I ଏହା ଲାଇକୋପିନ୍ ରେ ଭରପୂର ଅଟେ I ଏହା ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଫୁସଫୁସ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ I ଟମାଟୋ ରସ ଏୟାରୱେ ଇନଫ୍ଲାମେସନ୍ ହଟାଇବାରେ ସହାୟକ ହୋଇଥାଏ I କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲ୍ମୋନାରି ରୋଗରେ ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ଅଟେ Iଲାଇକୋପିନ୍ ବୟସ ହେତୁ ଫୁସଫୁସ କାର୍ଯ୍ୟରେ ଥିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ I

କଫିନ
କଫିରେ ଦୈନନ୍ଦିନ ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ କାରଣ କଫିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଏବଂ ଏଥିରେ ପଲିଫେନୋଲ ଥାଏ I ଫୁସଫୁସ କାର୍ଯ୍ୟ ପାଇଁ ଏହା ଜରୁରୀ I ତଥାପି, ଏହାକୁ ଅଧିକ ପରିମାଣରେ ଖାଆନ୍ତୁ ନାହିଁ I

ଅଧିକ ଲୁଣ ଖାଆନ୍ତୁ ନାହିଁ
ଲୁଣର ମାତ୍ରା ଅଧିକ ଖାଇବା ଦ୍ୱାରା ଶ୍ୱାସରୋଗ ସମସ୍ୟା ରେ କଷ୍ଟ ହୋଇଥାଏ I ଏଥିରେ ଫୁସଫୁସ ଉପରରେ ଅଧିକ ଚାପ ପଡିଥାଏ I ଫଳରେ ବ୍ୟକ୍ତି ଙ୍କୁ ଧଇଁ ସଇଁ ଲାଗିଥାଏ I ସବୁବେଳେ ଘରତିଆରି ଗରମ ଖାଦ୍ୟ ଖାଆନ୍ତୁ ,ପ୍ୟାକେଟ ଖାଦ୍ୟ ଠାରୁ ଯଥେଷ୍ଟ ଦୂରତା ଅବଲମ୍ବନ କରନ୍ତୁ I

Leave A Reply

Your email address will not be published.