ଚଳିତ ବର୍ଷ ନଭେମ୍ବର ଏନଡିଏ ପରୀକ୍ଷା ରେ ଝିଅ ଙ୍କୁ ସାମିଲ କର : ସୁପ୍ରିମକୋର୍ଟ

27

ଆସନ୍ତା ବର୍ଷ ପରିବର୍ତ୍ତେ ଚଳିତ ବର୍ଷ ଜାତୀୟ ପ୍ରବେଶିକା (ଏନଡିଏ)ରେ ଝିଅମାନଙ୍କୁ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି I୨୦୨୨ ରେ ଏହି ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରସରକାର ନେଇଥିବା ନିଷ୍ପତ୍ତି କୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଆସନ୍ତା ନଭେମ୍ବର ରେ ହେବାକୁ ଯାଉଥିବା ପ୍ରବେଶିକା ପରୀକ୍ଷା ରେ ମହିଳାଙ୍କୁ ସାମିଲ କରିବାକୁ କେନ୍ଦ୍ର ସରକାର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଝିଅ ମାନଙ୍କ ଆଶା କୁ ଅଣଦେଖା କରାଯାଇପାରିବ ନାହିଁ ତେଣୁ ୟୁପିଏସସି ସହାୟତା ରେ ଏହି ପରୀକ୍ଷା ରେ ମହିଳାଙ୍କୁ ସାମିଲ କରିବାକୁ ଅଦାଲତ କହିଛନ୍ତି I ମଙ୍ଗଳବାର ପ୍ରତିରକ୍ଷI ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମ କୋର୍ଟ ରେ କରାଯାଇଥିବା ଆବେଦନ ରେ ଦର୍ଶାଯାଇଥିଲା ଯେ ଏନଡିଏ ରେ ଝିଅ ମାନଙ୍କୁ ସାମିଲ କରିବା ନେଇ ଆବଶ୍ୟକ ମାନଦଣ୍ଡ ଓ ନିୟମ ପ୍ରଣୟନ ପରେ ଆସନ୍ତା ବର୍ଷ ବିଜ୍ଞପ୍ତି ପ୍ରକାଶ କରାଯିବ I ତେବେ ଏହି ପ୍ରସ୍ତାବ କୁ ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି Iଜଷ୍ଟିସ ଏସକେ କୌଲ ଓ ବି ଆର ଗାଭାଇ ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ୨୦୧୨ ମେ ରେ ସେମାନେ ପରୀକ୍ଷା ଦେବେ ,ତେବେ ଜାନୁଆରୀ ୨୦୨୩ ରେ ସେମାନେ ଭର୍ତ୍ତି ହେବେ I ଗୋଟିଏ ବର୍ଷ ବିଳମ୍ବ ହେବ ,ଏ କ୍ଷେତ୍ର ଏ ବିଳମ୍ବ ଗ୍ରହଣୀୟ ନୁହେଁ I କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ସଲିସିଟର ଜେନେରାଲ ଐଁଶ୍ୱର୍ଯ୍ୟା ଭଟ୍ଟୀ ୬ ମାସ ସମୟ ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ମନI କରିଦେଇଛନ୍ତି I ପୂର୍ବରୁ ହୋଇଥିବା ଆବେଦନ ଆଧାରରେ ଚଳିତ ବର୍ଷ ପ୍ରାରମ୍ଭ ରେ କେନ୍ଦ୍ର ସରକାର ଏହାକୁ ଅନୁମତି ଦେଇଥିଲେ I

(ଫୋଟୋ ସୌଜନ୍ୟ :ଇଣ୍ଟରନେଟ)

Leave A Reply

Your email address will not be published.