ଖାଦ୍ୟରେ ସାମିଲ କରନ୍ତୁ କଳା କିସମିସ ; ଜଣାନ୍ତୁ ଏହାର ବିଭିନ୍ନ ଉପକାରିତା

643

ମହିଳା ମାନଙ୍କ ପାଇଁ କଳା କିସମିସ୍ ଅତ୍ୟନ୍ତ ଉପକାରୀ । ଏଥିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ଖାସ୍ କରି ମହିଳାମାନଙ୍କୁ ନିଜ ଖାଦ୍ୟରେ କଳା କିସମିସ୍ ସାମିଲ କରିବା ଉଚିତ୍ ।

ଆଇରନ୍, କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟଗୁଡିକ କଳା କିସମିସରୁ ପ୍ରଚୁର ପରିମାଣରେ ମିଳିଥାଏ ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ବିଶେଷ କରି ଖାଲି ପେଟରେ ଭିଜାଇଥିବା କଳା କିସମିସ୍ ଖାଇବା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଏବଂ ଏହା ସହଜରେ ଖାଦ୍ୟ ହଜମ କିରବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ମହିଳାମାନେ ଖାଲି ପେଟରେ ପ୍ରତିଦିନ କଳା କିସମିସ୍ ଖାଇବା ଜରୁରୀ । ଚାଲନ୍ତୁ ଜାଣିବା ଏହାର ଉପକାରୀତା ।

କଳା କିସମିସରେ ଆମିନୋ ଏସିଡ୍ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଆମିନୋ ଏସିଡ୍ ମହିଳାମାନଙ୍କ ଗର୍ଭଧାରଣର ସମ୍ଭାବନାକୁ ବୃଦ୍ଧି କରିଥାଏ । କଳା କିସମିସରେ ଥିବା L-arginine ଗର୍ଭାଶୟ ଏବଂ ଡିମ୍ବାଣୁରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ । ଏହିପରି, କଳା କିସମିସ୍ ଖାଇବା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚାରେ ଫରକ ପରିଲିକ୍ଷିତ ହୋଇଥାଏ । ଗର୍ଭାବସ୍ଥାରେ ଏହା ମଧ୍ୟ ଲାଭଦାୟକ ଅଟେ । ତେଣୁ ମହିଳାମାନେ ପ୍ରତିଦିନ ନିୟମିତ କିସମିସ୍ ଖାଇବା ଉଚିତ୍ । କଳା କିସମିସ୍ ଆଇରନରେ ଭରପୁର । ରକ୍ତହୀନତା ଭଳି ସମସ୍ୟାକୁ ଏହା ଦୂର କରିଥାଏ । ତେଣୁ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଖାଇବା ଉଚିତ୍ । କଳା କିସମିସରେ ଭଲ ପରିମାଣର ଆଇରନ୍ ଥାଏ ଯାହା ଆମ ଶରୀରକୁ ରକ୍ତହୀନତାରୁ ରକ୍ଷା କରିଥାଏ । ତେଣୁ ଏହାକୁ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ ।

ଆଇରନ୍, କ୍ୟାଲସିୟମ୍, ଫୋଲେଟ୍ ଏବଂ ଭିଟାମିନ୍ ସି ପରି ପୁଷ୍ଟିକର ଖାଦ୍ୟ କିସମିସରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଗର୍ଭସ୍ଥ ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଗର୍ଭାବସ୍ଥାରେ ଘଟୁଥିବା ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ଗର୍ଭବତୀ ମହିଳାମାନେ ଖାଲି ପେଟରେ ପ୍ରତିଦିନ କଳା କିସମିସ୍ ଖାଇବା ଉଚିତ୍ । କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍ ଏବଂ ଜିଙ୍କ ପରି ଅନେକ ପୋଷକ ତତ୍ତ୍ୱ କଳା କିସମିସରେ ମିଳିଥାଏ ଯାହା ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ହାଡର ବିକାଶରେ ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ସାହାଯ୍ୟ କରେ ।

Comments are closed, but trackbacks and pingbacks are open.