କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

59

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରରେ କୂଅ ସଫା କରିବାକୁ ଯାଇଥିବା ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ପ୍ରଥମେ କୂଅ ଭିତରକୁ ଯାଇଥିବା ବ୍ୟକ୍ତି ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ପ୍ରଥମେ ପରୀକ୍ଷିତ ସିଂ କୂଅ ଭିତରକୁ ଯାଇ ଚେତା ଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ଲାଗି ଯାଇଥିବା ଜଡ଼ା ସାମଲ କୂଅ ଭିତରେ ଚେତାଶୂନ୍ୟ ହୋଇଯାଇଥିଲେ । ଜଡ଼ା ସାମଲଙ୍କୁ ବଞ୍ଚାଇବାକୁ ଚିତ୍ତରଞ୍ଜନ ସାମଲ କୂଅ ଭିତରକୁ ଯାଇଥିଲେ । ହେଲେ ଉଦ୍ଧାର ନ କରିପାରି ପାଟି କରିଥିଲେ । ପାଟି ଶୁଣି ଗାଁ ଲୋକ ମାନେ ଦୌଡ଼ି ଆସିଥିଲେ । ଜଣକୁ ଗାଁ ଲୋକମାନେ ଉଦ୍ଧାର କରିଥିବାବେଳେ ପରେ ଅଗ୍ନିଶମ ବାହିନୀ ପହଁଞ୍ଚି ଚେତା ଶୂନ୍ୟ ଦୁଇ ଜଣକୁ ଉଦ୍ଧାର କରି ଆଳି ମେଡିକାଲକୁ ଆଣିଥିଲେ । ଡାକ୍ତର ପରୀକ୍ଷିତ ସିଂ କୁ ମୃତ ଘୋଷଣା କରିଥିବାବେଳେ, ଦୁଇ ଜଣ ଗୁରୁତର ଶ୍ରମିକକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯଇଛି ।

Comments are closed, but trackbacks and pingbacks are open.