ପଚିଗଲା ଟନ୍ ଟନ୍ ପିଆଜ, ବଢ଼ିପାରେ ଦର

274

ଭୁବନେଶ୍ୱର: ଦକ୍ଷିଣ ଏବଂ ମଧ୍ୟ ଭାରତରେ ପ୍ରବଳ ବର୍ଷା ଯୋଗୁ ପିଆଜ ଫସଲ ନଷ୍ଟ ହୋଇଛି । ଏଥିରେ ଚାଷୀଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଥିବାରୁ ବଜାରରେ ପିଆଜର ଅଭାବ ଦେଖାଦେଇପାରେ । ଏତେ ବର୍ଷା ହୋଇଛି ଯେ, ଚାଷୀମନେ ଏକର ପିଛା ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଚଳିତ ବର୍ଷ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି । ଏଥିରେ ଜଲଗାଓଁ, ଧୁଲେ, ନାଶିକ, ଅହଲୀନଗର, ପୁଣେ, ସୋଲାପୁର, ବିଡ ଇତ୍ୟାଦି ଅଞ୍ଚଳରେ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେବେ ଏତେ କ୍ଷତି ଭିତରେ ଆଗାମୀ ଦିନରେ ପିଆଜ ଦର ବଢ଼ିବ ନା ନାହିଁ ଯଦି ବଢ଼ିବ କେତେ ବଢ଼ିବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.