କେଉଁ ବାରରେ ଝାଡୁ କିଣିବା ଉଚିତ,ଜାଣନ୍ତୁ

25

ହିନ୍ଦୁ ଶାସ୍ତ୍ର ରେ ଝାଡୁ ର ବିଶେଷ ମହତ୍ତ୍ୱ ରହିଛି I ଝାଡୁ ବିଶେଷ କରି,ଘାସ ,ପ୍ଲାଷ୍ଟିକ କିମ୍ବା ନଡ଼ିଆ ପିଂଛରୁ ତିଆରି ହୋଇଥାଏ I ତେବେ ଝାଡୁ କିଣିବା ଏବଂ ଘରେ ରଖିବା ର କିଛି ନିୟମ ରହିଛି I ଘରେ ଝାଡୁ ରଖିବା ସମୟରେ କଦାପି ଏଥିରେ ପାଦ ଲଗାଇବା ଉଚିତ ନୁହେଁ ,ଏଥିରେ ମା ଲକ୍ଷ୍ମୀ ନାରାଜ ହୋଇଥାନ୍ତି I ସେହିଭଳି ଝାଡ଼ୁକୁ ସବୁବେଳେ ଘରେ ଲୁଚାଇ ରଖିବା ଦରକାର I ଆସନ୍ତୁ ଜାଣିବା ଝାଡୁ ସମ୍ବନ୍ଧୀୟ ଆଉ କିଛି ନିୟମ ବିଷୟରେ I

ଝାଡୁ ହେଉଛି ଲକ୍ଷ୍ମୀଙ୍କ ପ୍ରତୀକ
ହିନ୍ଦୁ ଧର୍ମରେ ଝାଡୁ କୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ କୁହାଯାଇଥାଏ I ସେହିପରି ଘରେ ଥିବା ପୁରୁଣା ନଷ୍ଟ ହୋଇଥିବା ଝାଡୁ କୁ ଗୁରୁବାର କିମ୍ବା ଶୁକ୍ରବାର ଦିନ ଘରୁ ବାହାରକୁ ଆଣିବା ଉଚିତ୍ ନୁହେଁ I ଏହାର କାରଣ ହେଉଛି ଗୁରୁବାର ଏବଂ ଶୁକ୍ରବାର ଯଥାକ୍ରମେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଦିନ ହୋଇଥାଏ I ଏହି ଦିନ ଝାଡୁ କୁ ଘରୁ ବାହାର କଲେ ମା ଲକ୍ଷ୍ମୀ ଘରୁ ବାହାରି ଯାଇଥାନ୍ତି । ଏହା ଛାଡ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳି ନ ଥାଏ I ସେହିପରି ଭୁଲ ରେ ମଧ୍ୟ ଝାଡୁ କୁ ଗୋଡ଼ ଲଗାଇବା କିମ୍ବା ଧଡ଼ୁ କୁ ଡେଇଁ କି ଯିବା ଉଚିତ ନୁହେଁ I

ଝାଡୁ କିଣିବା ର ସଠିକ ବାର
ଶାସ୍ତ୍ର ଅନୁଯାୟୀ କୃଷ୍ଣ ପକ୍ଷ ମଙ୍ଗଳବାର କିମ୍ବା ଶନିବାର ଦିନ ଝାଡୁ କିଣିବା ପାଇଁ ସର୍ବୋତ୍ତମ ଏବଂ ଶୁଭ ଦିନ I ଏହା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତିରେ ଉନ୍ନତି ଆସେ I ଏହି ଦିନ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ I

ଝାଡୁ କେଉଁଠାରେ ରଖିବେ
ଘରେ ଝାଡ଼ୁକୁ ଏପରି ଏକ ସ୍ଥାନରେ ରଖିବା ଉଚିତ ଯେଉଁଠାରେ କେହି ଦେଖି ପାରିବେ ନାହିଁ I ଶାସ୍ତ୍ର ଅନୁସାରେ ଝାଡୁ କୁ ଘର ର ପଶ୍ଚିମ ପଟ କୋଣରେ ରଖିବା ଉଚିତ I ଏହା ସହିତ ଝାଡୁ କୁ କୋଣକୁ ନ ଡେରି ତଳେ ଶୁଆଇ ରଖିବା ଦରକାର I ଝାଡୁ କୁ କଦାପି ବିଛଣା ତଳେ ରଖିବା ଉଚିତ୍ ନୁହେଁ I ଏଥି ସହିତ ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କଲେ ଘରୁ ଲକ୍ଷ୍ମୀ ଛାଡି ଯାଆନ୍ତି I ସେହିପରି ପ୍ରତିଦିନ ଘର ଝାଡୁ କରି ସାରିବା ପରେ ଝାଡୁ ଆଗକୁ ଧୋଇ ଖରାରେ ଶୁଖାଇ ରଖନ୍ତୁ ଇ ଝାଡୁ କୁ ଧୋଇ ସାରିବା ପରେ କଦାପି କାନ୍ଥରେ ବାଡ଼େଇବେ ନାହିଁ I

Comments are closed, but trackbacks and pingbacks are open.