ଦୁଇ ଦିନରେ ବ୍ୟାଙ୍କ ଆକାଉଣ୍ଟ ଖାଲି : ଫିକ୍ସଡ଼ ଡିପୋଜିଟ ଖାତାରୁ ନେଇଗଲେ ୧୨ ଲକ୍ଷ

21

ରାଜ୍ୟରେ ଗୋଟିଏ ପଟେ ସାଇବର ଥାନା ସଂଖ୍ୟା ବଢ଼ୁଛି, ଅନ୍ୟପଟେ ସାଇବର ଠକେଇ । ଗୋଟିଏ ପରେ ଗୋଟିଏ ସାଇବର ଠକେଇର ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ରାଜ୍ୟରେ କିଛି ଦିନ ହେଲାଣି ଲଗାତାର ବଢିଚାଲିଛି ସାଇବର ଠକେ ଇ I କେତେବେଳେ ଫେକ କଲ କରି ତ ପୁଣି କେତେବେଳେ ହ୍ୱାଟ୍ସ ଆପ ନମ୍ବର କରୁଛନ୍ତି ଏପରିକି ବ୍ୟାଙ୍କରେ ରଖିଥିବା ଫିକସ ଡିପୋଜିଟ ଓ ଜମା ଖାତାରୁ ନେଇଯାଇଛନ୍ତି ୧୨ ଲକ୍ଷ ଟଙ୍କା । ଏହିଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଏକ ଦମ୍ପତିଙ୍କ କ୍ଷେତ୍ରରେ Iଦୁଇ ଦିନରେ ଗାଏବ ହୋଇଯାଇଛି ୧୨ ଲକ୍ଷ ଟଙ୍କା । ତେବେ ଏହି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।
ହେଲେ କେମିତି ଏ ଟଙ୍କା ଗାଏବ ହେଲା, ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।
ନୀଳଗିରି ଅଂଚଳର ଜ୍ୟୋସ୍ନା ଓ ତାଙ୍କ ସ୍ୱାମୀ ସମୀର ପ୍ରଧାନ ବାଲେଶ୍ୱର ଫକୀର ମୋହନ ଗୋଲେଇରେ ଥିବା ଇଣ୍ଡସଲଣ୍ଡ ବ୍ୟାଙ୍କରେ ୫ ଲକ୍ଷ ଲେଖାଏଁ ମୋଟ୍ ୧୦ ଲକ୍ଷ ଟଙ୍କା ଏଫଡ଼ି କରିଥିଲେ । ଏହି ଟଙ୍କା ୨୦୨୩ ଅଗଷ୍ଟରେ ମେଚୁରିଟି ହୋଇଥାନ୍ତା । ଏହାସହ ତାଙ୍କ ଜମାଖାତାରେ ୨ ଲକ୍ଷ ୪୫ ହଜାର ଟଙ୍କା ଜମା ଅର୍ଥ ଥିଲା । ହେଲେ ଦୁଇ ଦିନ ମଧ୍ୟରେ ତାଙ୍କର ବ୍ୟାଙ୍କ ଆକାଉଂଟ ହେଇ ଯାଇଛି ବିଲକୁଲ ଶୂନ !!! କାରଣ ପ୍ରଥମେ ଫିକସ୍ ଡିପୋଜିଟ୍ ୧୦ ଲକ୍ଷ ଗାଏବ ହୋଇଯାଇଛି, ଆଉ ଏହା ପରେ ଜମାଖାତାରୁ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ବି ଗାଏବ । ହେଲେ ଏହି ପୁରା ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫିକସ ଡିପୋଜିଟରୁ ଟଙ୍କା ଗାଏବ ଖବର ପରେ ଜମା ଖାତାକୁ ଫ୍ରିଜ୍ କରିବାକୁ ଜ୍ୟୋସ୍ନା ଓ ସମୀର ବ୍ୟାଙ୍କ କର୍ମଚାରୀଙ୍କୁ କହିଥିଲେ । ହେଲେ ବ୍ୟାଙ୍କ କର୍ମଚାରୀ ଓଲଟା ଯୁକ୍ତି ରଖି ପ୍ରଥମେ ଏଫଆଇଆର କର ବୋଲି ଶୁଣାଇ ଦେଇଥିଲେ । ଆଉ ଏହି ସମୟ ବେଳକୁ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ବି କଟିସାରିଥିଲା ଇ ଦୁଇ ଦିନରେ ୧୨ ଲକ୍ଷ ଗାଏବ ହୋଇଯିବା ପ୍ରସଙ୍ଗ ପୁରା ବ୍ୟାଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । ବ୍ୟାଙ୍କ ଖାତାରୁ ଏଇ ଭଳି ଟଙ୍କା ଗାୟବ ହୋଇଯାଇଥିବାରୁ ହତଚକିତ ହୋଇ ଯାଇଛନ୍ତି ଦମ୍ପତି ଇ ତେଣୁ ଉକ୍ତ ବ୍ୟାଙ୍କ ବିରୋଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ପୋଲିସ ର୍ରେ ଅଭିଯୋଗ କରିଛନ୍ତି I

Leave A Reply

Your email address will not be published.