ରାଜ୍ୟ ରେ ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ , ୭ ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦେଲେ ଶିକ୍ଷା ମନ୍ତ୍ରୀ

17

କରୋନାର ପ୍ରଥମ ଓ ଦ୍ଵିତୀୟ ଲହର ର ଭୟାବହତା ଯୋଗୁ ରାଜ୍ୟ ର ଶିକ୍ଷା ବ୍ୟବସ୍ଥା ଅଧିକ ବାଧାପ୍ରାପ୍ତ ହୋଇଛି I ଗତ ବର୍ଷ ମାର୍ଚ୍ଚ ମାସରୁ ସ୍କୁଲ ଗୁଡିକ ବନ୍ଦ ରହିଛି ଏହାର ବିକଳ୍ପ ଭାବରେ ଅନଲାଇନ କ୍ଲାସ ମାଧ୍ୟମ ରେ ଶିକ୍ଷା ଦାନ କରିବାର ବ୍ୟବସ୍ଥା ହୋଇଥିଲା I ବର୍ତ୍ତମାନ ରାଜ୍ୟ ରେ କରୋନା ଗ୍ରାଫ ତଳମୁହାଁ ହେବ ଯୋଗୁଁ, ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ କିଛି ଦିନ ହେବ ଖୋଲିଛି। କିନ୍ତୁ ଦେଖାଯାଉଛି ରାଜ୍ୟ ରେ ଖୋଲାଯାଇଥିବା ଅନେକ ସ୍କୁଲ ରୁ ଛାତ୍ରଛାତ୍ରୀ ମାନେ ସଂକ୍ରମିତ ହେଉଛନ୍ତି I ସେହିପରି ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଏତେ ସଂଖ୍ୟକ ପଜିଟିଭ ବାହାରିବା ଘଟଣା ଯୋଗୁ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି ।

ଢେଙ୍କାନାଳ ଜିଲ୍ଲା ର କାନପୁରା ହାଇସ୍କୁଲର ସମୁଦାୟ ୨୦ ଜଣ ଙ୍କ ମଧ୍ୟ ରୁ ୧୪ ପିଲା, ୫ ଶିକ୍ଷକ ଓ ଜଣେ ପିଅନ ପଜିଟିଭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ସାମନାକୁ ଆସିବା ପରେ କାନପୁରା ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇ ଅନଲାଇନ୍‌ରେ ପାଠପଢ଼ା ଚାଲୁଛି । ସେହିପରି ବରଗଡ଼ର ଏକ ସ୍କୁଲର ୧୪ ପିଲା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ସୂଚନା ପାଇଛୁ । ଇନକ୍ୱାରୀ କରୁଛୁ, ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେ ଅଛୁ। ତେଣୁ ବର୍ତ୍ତମାନ ପରିସ୍ଥିତି ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.