ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଯଜ୍ଞସ୍ଥଳ

56

ପୁରୀ: ଜାନୁଆରୀ ମାସ ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିପାଇଁ ଜାନୁଆରୀ ୧୨ରୁ ଆରମ୍ଭ ହୋଇଯିବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଚାରି ଧାମରୁ ବିଦ୍ୱାନ, ପଣ୍ତିତ, ସାଧୁସନ୍ଥ ଏବଂ ଭିଭିଆପି ମାନେ ଯୋଗ ଦେବେ । ତେବେ ଏଥିପାଇଁ ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଏକ ଯଜ୍ଞସ୍ଥଳ ।

ଏହାସହ ବଡ଼ ଆଖଡା ମଠର ଉତ୍ତର ପଛରେ ମୁଖ୍ୟମନ୍ତ୍ରୀ ଏବଂ ବିଶିଷ୍ଟ ଅତିଥିଙ୍କ ବସିବାର ବ୍ୟବସ୍ଥା କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ବସିଥିବା ବୈଠକେରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଏସପି, ଓବିସି ଅଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସହ ସେବାୟତମାନେ ଯୋଗଦେଥିଲେ ।

ସୂଚନା ଅନୁସାରେ, ଉତ୍ତର ପୂର୍ବ ଐଶାନ୍ୟ କୋଣରେ ହେବ ଏକ ୪୦ ଫୁଟିଆ ଯଜ୍ଞସ୍ଥଳ, ବଡ଼ ଆଖଡ଼ା ମଠର ଉତ୍ତର ପଛପଟେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସେଡ୍ ବ୍ୟବସ୍ଥା । ସେହିପରି ଉତ୍ତର ଦ୍ୱାରା ଦିଗରୁ ଯଜ୍ଞ ସ୍ଥଳର ପୂର୍ବକୁ ମୁହଁ କରି ବିରାଜ ମାନ କରିବେ ଚତୁର୍ଦ୍ଧାମୂର୍ତ୍ତି ।

Comments are closed, but trackbacks and pingbacks are open.