ଗତ ୨୪ ଘଣ୍ଟା ମଧ୍ୟ ରେ ରାଜ୍ୟ ରେ ୮୪୯ ଆକ୍ରାନ୍ତ

32

ରାଜ୍ୟରେ ୨ୟ ଲହର କରୋନା ସଂକ୍ରମଣ ର ହାର କମି ଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଯାଇ ନାହିଁ ଇ ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁଗତ ୨୪ ଘଣ୍ଟା ମଧ୍ୟ ରେ ୮୪୯ ଜଣ ସଂକ୍ରମିତ ହୋଇଛନ୍ତି ଇ ଯାହା ଫଳରେ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ଦ୍ୱିତୀୟ ଲହର ନ ସରୁଣୁ ପୁଣି ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ଙ୍କ ମତ Iଏହାରି ମଧ୍ୟରେ ଆଜି ପୁଣି ୮୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୫ ଓ ସ୍ଥାନୀୟ ଅଞ୍ଚଳରୁ ୩୫୪ ଜଣ ଚିହ୍ନଟ ହେବା ସହ ୧୨୦ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୪ ହଜାର ୬୩୯ ରହିଥିବା ବେଳେ ୭ ହଜାର ୩୪୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.