ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଲଢ଼ିବେ ୬୯୫ ଜଣ ପ୍ରାର୍ଥୀ

140

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ପଞ୍ଚମ ପର୍ଯ୍ୟାୟ ପାଇଁ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୧୫୮୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟ ପାଇଁ ସମସ୍ତ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୩ ମଇ, ୨୦୨୪ ଥିଲା। ଦାଖଲ କରାଯାଇଥିବା ସବୁ ନାମାଙ୍କନ ଯାଞ୍ଚ କରିବା ପରେ ୭୪୯ଟି ନାମାଙ୍କନ ବୈଧ ଥିବା ଜଣାପଡ଼ିଥିଲା। ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସର୍ବାଧିକ ୫୧୨ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୬୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ଝାଡ଼ଖଣ୍ଡର ଛତ୍ରା ସଂସଦୀୟ କ୍ଷେତ୍ର ପାଇଁ ସର୍ବାଧିକ ୬୯ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିଲା। ସେହିପରି ୩୫-ଲକ୍ଷ୍ନୌ ଲୋକସଭା ଆସନ ପାଇଁ ୬୭ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା  କରୁଥିବା ପ୍ରାର୍ଥିଙ୍କର ସଂସଦୀୟ କ୍ଷେତ୍ର ପିଛା ହାରାହାରୀ ସଂଖ୍ୟା ହେଉଛି ୧୪।

Leave A Reply

Your email address will not be published.