ମକର ସଂକ୍ରାନ୍ତିରେ ତିଳ ଲଡୁ ଓ ଗୁଡ଼ ଖାଇବାର ମହତ୍ତ୍ୱ କଣ ?

0 19

ସୂର୍ଯ୍ୟଙ୍କର ୩୦ଦିନରେ ଥରେ ରାଶି ପରିବର୍ତ୍ତନ କରନ୍ତି ଏବଂ ୬ ମାସରେ ଉତ୍ତରାୟଣ ଏବଂ ଦକ୍ଷିଣାୟନ ହୁଅନ୍ତି ଇ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଏହାକୁ ମକର ସଂକ୍ରାନ୍ତି ପର୍ବ ଭାବରେ ପାଳନ କରାଯାଏ I ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ମଧ୍ୟ ହୁଅନ୍ତି I ମକର ସଂକ୍ରାନ୍ତି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମ ଏବଂ ଉପାୟରେ ପାଳନ କରାଯାଏ, କିନ୍ତୁ ପ୍ରତ୍ୟେକ ସ୍ଥାନରେ ଗୋଟିଏ ସାଧାରଣ କଥା ଦେଖାଯାଏ I ତାହା ହେଉଛି ମକର ସଂକ୍ରାନ୍ତି ଦିନ ତିଳ ଓ ଗୁଡ଼ ଲଡୁ ତିଆରି କରି ଖାଇବା ଏହା ସହିତ ଏହାକୁ ଦାନ ମଧ୍ୟ କରାଯାଇଥାଏ ଇ ଏହି ଦିନ ଖିଚିଡି ମଧ୍ୟ ଖିଆଯାଇଥାଏ I ତେବେ ଏହା ପଛର କାରଣ କଣ ଜାଣିବା I
ଶନି ଏବଂ ସୂର୍ଯ୍ୟ ସହିତ ସଂଯୋଗ I
ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ରେ ତିଳ ଓ ଗୁଡ଼ ଖାଇବା,ତଥା ଦାନ କରିବା ସୂର୍ଯ୍ୟ ଏବଂ ଶନି ଦେବଙ୍କ ସହ ଜଡିତ I କଳା ତିଳ ଶନିଙ୍କ ସହିତ ଏବଂ ଗୁଡ଼ ସୂର୍ଯ୍ୟ ସହିତ ଜଡିତ I ଯେତେବେଳେ ଏହି ଦୁଇଟି ଜିନିଷ ମକର ସଂକ୍ରାନ୍ତି ଦିନ ଖିଆଯାଏ ଏବଂ ଦାନ କରାଯାଏ, ଏହା ଉଭୟ ଶନି ଏବଂ ସୂର୍ଯ୍ୟଙ୍କୁ ପ୍ରୀତ କରିବା ସହିତ କୃପା ଲାଭ ହୋଇଥାଏ I ଜୀବନରେ ସଫଳତା ପାଇବାକୁ, ଏହି ଜାତକରେ ସୂର୍ଯ୍ୟଙ୍କ କ୍ଷେତ୍ର ଉଚ୍ଚରେ ରହିବ ସହିତ ଶନିଙ୍କ ଅନୁଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ମକର ସଂକ୍ରାନ୍ତି ଦିନ ତିଳ ଓ ଗୁଡ଼ ଖାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ I ଏହାବାଦ ତିଳ ଓ ଗୁଡ଼ ଦୁଇଟି ଯାକ ବର୍ଷର କୃଷି ଭିତ୍ତିକ ଫସଲ ତେଣୁ ଫସଲ ଅମଳ ବେଳକୁ ମକର ସଂକ୍ରାନ୍ତି ପର୍ବଟି ପଡୁଥିବାରୁ ପ୍ରଥମେ ଏହା ଠାକୁର ଙ୍କୁ ଅର୍ପଣ କରାଯାଇଥାଏ I ତା ଛଡ଼ା ତିଳ ଲଡୁ ସେବନ କରିବା ସ୍ୱାସ୍ଥ୍ୟବର୍ଦ୍ଧକ ମଧ୍ୟ I

ସୂର୍ଯ୍ୟ ଶନି ଙ୍କୁ ଦେଇଥିଲେ ବରଦାନ
ପୁରାଣ ଅନୁଯାୟୀ, ଥରେ ସୂର୍ଯ୍ୟ ଦେବ ତାଙ୍କ ପୁତ୍ର ଶନି ଙ୍କ ଉପରେ କ୍ରୋଧିତ ହୋଇ ତାଙ୍କ ଘର ‘କୁମ୍ଭ’ର ଘର ପୋଡି ଦେଇଥିଲେ। ଶନି ଦେବ ହେଉଛନ୍ତି କୁମ୍ଭ ରାଶିର ପ୍ରଭୁ ଏବଂ ଏହା ତାଙ୍କ ଘର ବୋଲି ବିବେଚନା କରାଯାଏ I ଯେତେବେଳେ ସୂର୍ଯ୍ୟ ଦେବ ଶନି ଦେବଙ୍କ ଘରକୁ ଯାଇ ଦେଖିଲେ, ଘରେ କେବଳ କଳା ତିଳ ବ୍ୟତୀତ ରଖାଯାଇଥିବା ଅନ୍ୟ ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି I ଯେ ତେବେଳେ ସୂର୍ଯ୍ୟ ଶନି ଙ୍କ ଘରକୁ ଆସିଲେ ଶନି ଦେବ ତାଙ୍କ ପିତା ସୂର୍ଯ୍ୟଙ୍କୁ ସେହି କଳା ତିଳ ସହିତ ସ୍ୱାଗତ କଲେ ଏହା ଦେଖି ସୂର୍ଯ୍ୟ ଖୁସି ହୋଇ ଶନି ଦେବଙ୍କୁ ଆଉ ଏକ ଘର ‘ମକର ରାଶି’ ରେ ରହିବାକୁ ଦେଲେ I ଏହା ପର ଠାରୁ ଶନି ଦେବ କୁମ୍ଭ ରାଶି ଏବଂ ମକର ରାଶି ଙ୍କ ସ୍ୱାମୀ ହେଲେ I ଏହା ସହିତ ସୂର୍ଯ୍ୟ ଦେବ ଆଶୀର୍ବାଦ ଦେଲେ ଯେତେବେଳେ ବି ମକର ରାଶିରେ ସୂର୍ଯ୍ୟ ଆସିବେ ସୂର୍ଯ୍ୟଙ୍କ କୃପାରୁ ଶନି ଦେବ ତଥା ମକର ରାଶି ର ଘର ଧନ ଧାନ୍ୟରେ ପରିପୂର୍ଣ୍ଣ ହେଇଯିବ I

Leave A Reply

Your email address will not be published.