ରାଜଧାନୀରେ ଚାଞ୍ଚଲ୍ୟ : ସ୍ତ୍ରୀ ତଣ୍ଟି କାଟି ହତ୍ୟା କଲା ସ୍ୱାମୀ, ଝିଅ ଗୁରୁତର

49

ରାଜଧାନୀ ଭୁବନେଶ୍ୱରରେ ଜଘନ୍ୟ କାଣ୍ଡ ଇ ପାରିବାରିକ କଳହ ର କରୁଣ ପରିଣତି ସ୍ୱରୂପ ସ୍ତ୍ରୀ ଓ ଝିଅ ର ତଣ୍ଟି କାଟିଲା ସ୍ୱାମୀ I ଘଟଣାସ୍ଥଳରେ ସ୍ତ୍ରୀ ର ମୃତ୍ୟ ଘଟିଥିବା ବେଳେ ଝିଅ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଛି ଇ ବର୍ତ୍ତମାନ ଝିଅ ବିପଦ ମୁକ୍ତ ରହିଛି I ତେବେ ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛି।

ସୂଚନାନୁସାରେ ଭୁବନେଶ୍ବର ଘାଟିକିଆ ଅଂଚଳ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ସ୍ତ୍ରୀ ସରସ୍ବତୀ ଦାସ ଜଣେ ନର୍ସ I ଏବଂ ତାଙ୍କ ସ୍ୱାମୀ ସଂଜିତ ଦାସ ଜଣେ ମଦ୍ୟପ I ଘରର ଆର୍ଥିକ ଅବସ୍ଥା ଖୁବ ସ୍ୱଚ୍ଛଳ I ତେବେ ସ୍ୱାମୀ ସଂଜିତ ଦାସ ପ୍ରତିଦିନ ନିଶାସକ୍ତ ଅବସ୍ଥାରେଆସି ଘରେ ଗଣ୍ଡଗୋଳ କରିଥାନ୍ତି I ଘଟଣା ଘଟିବାଡିନ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା I ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ସଂଜିତ ଉଭୟ ମା’ ଝିଅଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ତଣ୍ଟି କାଟିଦେଇଥିଲା I ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ I ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତା ସରସ୍ବତୀ ଙ୍କର ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି I ତେବେ କେଉଁ କାରଣରୁ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।

ମୃତା ସରସ୍ଵତୀଙ୍କର ଦୁଇ ଝିଅ ଅଛନ୍ତି I ବଡ଼ ଝିଅକୁ ୬ ବର୍ଷ ହୋଇଥିବା ବେଳେ ସାନ ଝିଅ କୁ ମାତ୍ର ୪ ଦିନ ହୋଇଛି I ମା’ କୁ ହରାଇ ଦୁଇ ଶିଶୁ ଏବେ ଅନାଥ ହୋଇଯାଇ ଥିବା ବେଳେ , ଘଟଣାସ୍ଥଳରୁ ଅଭିଯୁକ୍ତ ବାପା ସଞ୍ଜୀତ ଦାସ ଫେରାର ହୋଇଯାଇଛି । ।

Comments are closed, but trackbacks and pingbacks are open.