ଗଞ୍ଜାମ ଜିଲ୍ଲା ରେ ବିଜେଡି ପାଇଁ ପ୍ରଚାର ର ମଙ୍ଗ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା

15

ରାଜ୍ୟରେ କରୋନା କଟକଣା କୋହଳ ହେବI ପରେ ପଂଚାୟତ ନିର୍ବାଚନ ପ୍ରଚାର ଜୋର ଧରିଲାଣି I ଗାଁ ଗହଳିରେ ପ୍ରଚାର ପାଇଁ ଦଳୀୟ କର୍ମୀ ମାନଙ୍କର ଭିଡ଼ ଦେଖା ଦେଲାଣି I କେଉଁଠି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଗେଇ ଆସିଲେଣି ତ କେଉଁଠି ସ୍ୱାମୀ ସ୍ତ୍ରୀ ସାଇକେଲ ରେ ଯାଇ ଭୋଟ ଭିକ୍ଷା କରୁଛନ୍ତି I ପ୍ରାର୍ଥୀଙ୍କୁ ନିଜ ଆଡକୁ ଆଣିବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା । ନିର୍ବାଚନୀ ପାଇଁ କିଏ ଟଙ୍କା ପାଣି ଭଳି ବୁହାଉଛି ତ ଆଉ କାହା ପାଖରେ ନିର୍ବାଚନରେ ଖର୍ଚ୍ଚ କରିବାକୁ ଟଙ୍କାଟିଏ ନାହିଁ । ସେହି ଭଳି ଗଂଜାମ କୁକୁଡ଼ା ଖଣ୍ଡି ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ୧୦ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପବନ୍ଧୁଙ୍କ ପ୍ରଚାରକୁ ନେଇ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ହେଉଛି । ଜିଲ୍ଲାରେ ଦଳକୁ ସଙ୍ଗଠିତ କରିବା ସହ ପଂଚାୟତ ନିର୍ବାଚନରେ ସଫଳତା ପାଇଁ ଦଳର ମଙ୍ଗ ଧରିଛନ୍ତି ଗୋପବନ୍ଧୁ । ବିଭିନ୍ନ ସମୟରେ ବୈଠକ କରି କର୍ମୀଙ୍କୁ ମନ୍ତ୍ର ଦେଉଥିବା ତୃତୀୟ ମହଲାର ଏହି ପୂର୍ବତନ ଆଇଏଏସ୍ ଅଫିସରଙ୍କୁ ପ୍ରଥମ ଥର ପାଇଁ ରାଜନୈତିକ ମଂଚରେ ଦେଖିବାକୁ ମିଳିଛି । ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତାକୁ ଲୋକଙ୍କ ପାଖରେ ପହଂଚାଇବା ସହ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଡିଓ ବାର୍ତାକୁ ମଧ୍ୟ ଲୋକଙ୍କ ଆଗରେ ପଦର୍ଶିତ କରିଛନ୍ତି ।

Leave A Reply

Your email address will not be published.