ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତି ପାଇବେ ଡିଇଓ ,ପୂରଣ ହେବ ୭୧୪୨ ପଦବୀ

0 21

ରାଜ୍ୟ ପଞ୍ଚମ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପଞ୍ଚାୟତ ସ୍ତରର ଶାସନ ବ୍ୟବସ୍ଥାକୁ ଗତିଶୀଳ କରିବା ସହିତ ପ୍ରକ୍ରିୟା ରେ ସ୍ୱଚ୍ଛତା ଆଣିବା ପାଇଁ ସବୁ ପଂଚାୟତ ରେ ଜଣେ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ନିଯୁକ୍ତି ଦିଆଯିବ Iପ୍ରାଥମିକ ସ୍ତରରେ ସମସ୍ତ ଡିଇଓଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିୟମିତ ହେବା ନେଇ ନିଷ୍ପତ୍ତି ଗ୍ରହଣ କରିବେ ରାଜ୍ୟ ସରକାର । ଏ ନେଇ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ରାଜ୍ୟ ପ୍ରମୁଖ ମହାଲେଖାକାରଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ହଜାର ୧୪୨ଟି ଡିଇଓ ପଦବୀ ସୃଷ୍ଟି କରାଯାଇଛି । ସମ୍ପୃକ୍ତ ଡିଇଓମାନେ ବିତ୍ତ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ରାଜ୍ୟ ସରକାରଙ୍କ ଓଆରଏସପି ନିୟମ-୨୦୧୭ ଅନୁଯାୟୀ ସେମାନଙ୍କୁ ଦରମା ପ୍ରଦାନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିସାରିଥିବା ବେଳେ ଏମାନଙ୍କୁ ଗ୍ରୁପ-ସି ଓ ଗ୍ରୁପ-ଡିରେ ନିଯୁକ୍ତି ଦିଆଯିବ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ୬୭୯୮ ପଞ୍ଚାୟତ, ୩୧୪ ବ୍ଲକ ଓ ସମସ୍ତ ଜିଲ୍ଲାମାନଙ୍କରେ ଜଣେ ଲେଖାଏଁ ଡିଇଓଙ୍କୁ ନିଯୁକ୍ତି ମିଳିବ । ତେବେ ମୋଟ ୭୧୪୨ଟି ଡିଇଓ ପଦବୀ ପୂରଣ ହେବ I
ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ ଡ଼. ଜ୍ଞାନରଞ୍ଜନ ଦାସ ଙ୍କ ଅନୁସାରେ ବର୍ତ୍ତମାନ ପାଇଁ ଏହି ପଦବୀଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଠିକାଦାରୀ ଭାବରେ ଚାଲିବ I ଏଥିପାଇଁ ଏକ ବିଶେଷଜ୍ଞ ମଧ୍ୟ ଗଠନ କରାଯିବ I

Leave A Reply

Your email address will not be published.