ଚିଲିକାରେ ଏବେ ସୁଦ୍ଧା ୧୫ ହେକ୍ଟର ଜମିରୁ ମାଛ ଧରା ଘେରି ଉଚ୍ଛେଦ,

19

ଚିଲିକାରେ ଚାଲିଛି ମାଛ ଧରା ଘେରି ଉଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଚିଲିକା ମତ୍ସ୍ୟ ଅଧିକାରୀ , ଚିଲିକା ତହସିଲଦାର ଏବଂ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଏହି ଉଚ୍ଛେଦ ପ୍ରକ୍ରିୟା ।ଖବର ଅନୁଯାୟୀ, ଚିଲିକା ତହସିଲ ଅଧିନସ୍ଥ ସୋରଣ-ମାନସିଂହପୁର ଚିଲିକା ମଧ୍ୟରେ ଚାଲିଛି ଜିରୋ ନେଟ୍ ମାଛ ଧରା ଘେରି ଉଛେଦ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ୧୫ ହେକ୍ଟର ଏରିଆରୁ ଟନ୍-ଟନ୍ ଜିରୋ ନେଟ୍ ମାଛ ଧରା ଜାଲ ଜବତ ହୋଇଥିବା ଚିଲିକା ତହସିଲଦାର ସୂଚନା ଦେଇଛନ୍ତି ।ତେବେ କେତେକ ମତ୍ସ୍ୟଜୀବୀ ଏହି ଜିରୋ ନେଟ୍ ମାଛଧରା ଜାଲ ଚିଲିକାରେ ବିଛାଇ ରଖିଥିବା ଯୋଗୁଁ ମାଛ ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଚିଲିକାରେ ଜିରୋନେଟ୍ ମାଛଧରା ଜାଲ ବ୍ୟବହାର ଉପରେ ସରକାର ନିଷିଦ୍ଧା ଦେଶ ଜାରି କରିଛନ୍ତି । କେତେକ ଅମାନିଆ ଏପରି କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଉଛେଦ ପ୍ରକ୍ରିୟା କରାଯାଇଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି ।

Leave A Reply

Your email address will not be published.