+୨ କଳାରେ କିସ୍‍ର ଶତପ୍ରତିଶତ ସଫଳତା

45

ଭୁବନେଶ୍ୱର, ୮ ।୬: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଗୁରୁବାର
ପ୍ରକାଶ ପାଇଛି । ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । କଳାରେ ରାଜ୍ୟର ପାସ୍‍ ହାର
୭୮.୮୮ ପ୍ରତିଶତ ରହିଥିବା ବେଳେ କିସ୍‍ର ହାର ଶତ ପ୍ରତିଶତ ରହିଛି । କିସ୍‍ ଛାତ୍ରୀ ପୁଷ୍ପ ରାଣୀ ମୁର୍ମୁ ସର୍ବାଧିକ ୮୨ପ୍ରତିଶତ
ନମ୍ବର ରଖି କଲେଜ ଟପ୍‍ପର ହୋଇଛନ୍ତି । ପୁଷ୍ପରାଣୀ ପଞ୍ଚମ ଶ୍ରେଣୀରୁ କିସ୍‍ରେ ପଢ଼ିଆସୁଥିଲେ । କିସ୍‍ର ୩୫ ପ୍ରତିଶତ
ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‍ କରିଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ ପାସ୍‍ କରିଛନ୍ତି । ଏହି
ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍‍ର ଅଧ୍ୟାପକ
ଅଧ୍ୟାପିକାଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ।

Comments are closed, but trackbacks and pingbacks are open.