ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ:୧୬ ପ୍ରସ୍ତାବ ଉପରେ ମୋହର ଲାଗିଲା

22

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୧୬ ପ୍ରସ୍ତାବ ଉପରେ ମୋହର ଲାଗିଛି । ଲୋକସେବା ଭବନରେ ଆଜି ବସିଥିଲା କ୍ୟାବିନେଟ୍‌ ବୈଠକ ।
ଖବର ଅନୁଯାୟୀ, ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମିଳିଛି ମଂଜୁରୀ । ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଓ ବାହାରେ ଥିବା ମନ୍ତ୍ରୀମାନେ ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକରେ ସାମିଲ ହୋଇଥିଲେ । ଏସବୁ ନିଷ୍ପତ୍ତି ଗୁଡ଼ିକ ଅର୍ଥ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଗୃହ, ଅବକାରୀ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହ ସମ୍ପର୍କିତ ବୋଲି ଜଣାପଡ଼ିଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ଲାଗିଛି । ବୈଠକ ଶେଷ ପରେ ମୋଟ ୧୬ ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ଜଣାପଡିଛି ।

Leave A Reply

Your email address will not be published.