ଜାଣନ୍ତୁ ଦାନ ର ମହତ୍ତ୍ୱ

39

ପ୍ରତ୍ୟେକ ଧର୍ମରେ ଦାନର ମହତ୍ତ୍ୱକୁ ବିଶେଷ ଗୁରୁତ୍ତ୍ଵ ଦିଆଯାଇଛି I ସନାତନ ଧର୍ମରେ ଦାନର ପରମ୍ପରା ଶତାବ୍ଦୀ ପୁରୁଣା I ଜଣଙ୍କର କ୍ଷମତା ଅନୁଯାୟୀ ଅଭାବୀ ଲୋକଙ୍କୁ ଶସ୍ୟ, ବସ୍ତ୍ର, ଖାଦ୍ୟ ସାମଗ୍ରୀ, ଅର୍ଥ ଏବଂ ଅନ୍ୟାନ୍ୟ ଜିନିଷକୁ ସ୍ଵହସ୍ତ ରେ ଦିଆଯାଇଥାଏ I ଦାନ ଦେଇଥିବା ଜିନିଷ କୁ ବାହାରେ ପ୍ରକାଶ ନ କରି ଚୁପଚାପ ରହିବା ଦରକାର I ହିନ୍ଦୁ ଧର୍ମରେ ଅମାବାସ୍ୟା, ପୁର୍ଣିମା , ଶ୍ରାଦ୍ଧ, ମକର ସଂକ୍ରାନ୍ତି ଭଳି ବିଶେଷ ଦିନରେ ଦାନ ଦେବା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ I ଅନେକ ପ୍ରକାର ଦାନ ମଧ୍ୟରୁ ଏହି ୭ ପ୍ରକାର ଦାନ କୁ ଶାସ୍ତ୍ରରେ ବିଶେଷ ମହତ୍ତ୍ୱ ଦିଆ ଯାଇଛି I ଯାହାକି ଜୀବନରେ ଅନେକ ଉନ୍ନତି ଆଣିଥାଏ ,ଆସନ୍ତୁ ଜାଣିବା ଏହି ଦାନ ବିଷୟରେ I

୧- ଗୋଦାନ :
ସନାତନ ଧର୍ମରେ ଗୋ- ଦାନ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ବହୁ ପୁରୁଣା କାଳରୁ ଗୋଦାନ ସବୁଠାରୁ ପୁଣ୍ୟ ବୋଲି ବିଶ୍ୱାସ ରହିଛି । ଯଦି କୌଣସି ବ୍ୟକ୍ତି ସୁଖ, ସମୃଦ୍ଧି ଏବଂ ଧମପ୍ରାପ୍ତି କରିବାକୁ ଚାହୁଁଛି, ତେବେ ଗୋ’ଦାନ କରିବା ଶୁଭ ବୋଲି ମନେକରାଯାଏ ।

୨- ଘିଅ ଦାନ:
ଘିଅ ଦାନର ଅତ୍ୟନ୍ତ ମହତ୍ୱ ରହିଛି । ଗୋଟିଏ ପାତ୍ରରେ ଗାଈଘିଅକୁ ରଖି ଅଭାବୀ ଲୋକଙ୍କୁ ଦାନ କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବଜାୟ ରହେ । ଘରେ ଥିବା ସମସ୍ତ ନକରାତ୍ମକ ପ୍ରଭାବ ଦୂର ହୋଇଯାଏ । ଏହାସହିତ ପରିବାରର ସମସ୍ତ ସଦସ୍ୟଙ୍କ ମନସ୍କାମନା ପୂରଣ ହୋଇଥାଏ ।

୩-ବସ୍ତ୍ର ଦାନ:
ବସ୍ତ୍ର ଦାନ କରିବା ଦ୍ୱାରା ଜୀବନରେ ବହୁ ସଫଳତା ମିଳିଥାଏ । ଖୁସି ମନରେ ଯଦି ଆପଣ ସ୍ୱଚ୍ଛ ବସ୍ତ୍ର ଦାନ କରୁଛନ୍ତି, ତାହା ଲାଭକାରୀ ସାବ୍ୟସ୍ତ ହୁଏ । ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ଶ୍ରୀଘ୍ର ହୋଇଯାଏ ।

୪-ଚାଉଳ ଦାନ:
ହିନ୍ଦୁଧର୍ମରେ ଚାଉଳ ଦାନର ମହତ୍ୱ ରହିଛି । ଚାଉଳ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଫଳରେ ଘରେ ଧନର ଅଭାବ ଦେଖାଯାଏନାହିଁ । ଯଦି ସଂକଳ୍ପ କରି ଚାଉଳ ଦାନ କରାଯାଏ, ତେବେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

୫-ରାଶି ଦାନ:
ହିନ୍ଦୁ ଧର୍ମରେ ରାଶି ଦାନର ବେଶ୍ ମହତ୍ୱ ରହିଛି । ଏଭଳି କିଛି ଧାର୍ମିକ ଉତ୍ସବରେ ରାଶି ଦାନ କରିବା ଦ୍ୱାରା ସୁଫଳ ମିଳିଥାଏ । ଶ୍ରାଦ୍ଧ କିମ୍ବା ଘରେ କାହାର ମୃତ୍ୟୁ ହୋଇଗଲେ କଳା ରାଶି ଦାନ କରିବା ଦ୍ୱାରା ଘରକୁ ଆସୁଥିବା ବିପଦକୁ ବାଦ୍ ଦିଆଯାଇପାରିବ ।

୬-ଲୁଣ ଦାନ:
ସନାତନ ଧର୍ମରେ ଲୁଣ ଦାନକୁ ଲାଭକାରୀ ବୋଲି ମନେକରାଯାଏ । ବିଶେଷକରି ଶ୍ରାଦ୍ଧ ଦିବସରେ ଲୁଣ ଦାନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ

୭-ଗୁଡ ଦାନ:
ଗୁଡି ଦାନ କରିବା ଦ୍ୱାରା ଘରେ ଲାଗିରହିଥିବା କଳହକୁ ସମାପ୍ତ କରିହେବ । ଏହାସହ ଦାରିଦ୍ର୍ୟତା ଦୂର ପାଇ ଧନର ଆଗମନ ହୁଏ ।

Comments are closed, but trackbacks and pingbacks are open.