ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ ମାମଲା: କଂଗ୍ରେସ ନେତାଙ୍କୁ ହାଇକୋର୍ଟଙ୍କ ବଡ଼ ଆଶ୍ୱସ୍ତି

90

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଥିବା ରାଜସ୍ଥାନ କଂଗ୍ରେସ ନେତା ଫତେହ ଖାନଙ୍କୁ ହାଇକୋର୍ଟଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ଗିରଫଦାରୀ ଉପରେ ଅସ୍ଥାୟୀ ରୋକ୍ ଲଗାଇବା ସହ ଏହି ମାମଲା ପ୍ରାଥମିକ ଦୃଷ୍ଟିକୋଣରୁ ଫୌଜଦାରୀ ଅପରାଧ ନୁହେଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାରମେରର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଫତେହ ଖାନ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ। ସେ କହିଥିଲେ, “ଯେପରି ଆମେରିକା ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ବଳପୂର୍ବକ ଅପହରଣ କରିଥିଲା, ଭବିଷ୍ୟତରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିପାରେ।” ଏହି ବୟାନକୁ ନେଇ ବିବାଦ ତେଜିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଶୁଣାଣି ପରେ ହାଇକୋର୍ଟ ତାଙ୍କୁ ରିହାତି ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୮ ତାରିଖରେ ହେବ।

Comments are closed, but trackbacks and pingbacks are open.