ପାକିସ୍ତାନକୁ ପାଣ୍ଠି ଦେଲାନି ଆଇଏମ୍ଏଫ୍

138

ପାକିସ୍ତାନ: ପାକିସ୍ତାନ ଅର୍ଥନୀତିକୁ ଲାଗିଛି ଶକ୍ତ ଝଟ୍‌କା । ପାଣ୍ଠି ସମ୍ପର୍କରେ ଆଲୋଚନା କରିବା ଲାଗି ଆସିଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପ୍ରତିନିଧି ଦଳ କୌଣସି ଚୁକ୍ତି ସ୍ବାକ୍ଷର ନ କରି ଆମେରିକା ଫେରିଯାଇଛନ୍ତି । ଫଳରେ ପାକିସ୍ତାନକୁ ମିଳିବାକୁ ଥିବା ୧ ବିଲିୟନ୍ ଡଲାର ବର୍ତ୍ତମାନ ସମୟ ପାଇଁ ଅଟକିଯାଇଛି । ଆଲୋଚନା ବେଳେ ଆଇଏମ୍ଏଫ୍ ପ୍ରତିନିଧିମାନେ ପାକିସ୍ତାନର ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇଥିଲେ । ବିଶେଷ କରି ବଜେଟ୍ ଅର୍ଥର କୁପରିଚାଳନା, ବିଳାସରେ ଖର୍ଚ୍ଚ ଏବଂ ପ୍ରତିରକ୍ଷା ଖର୍ଚ୍ଚରେ ହୋଇଥିବା ବୃଦ୍ଧିକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଥିଲେ। ସେମାନଙ୍କୁ ବୁଝାଇବା ଲାଗି ଆଲୋଚନା ଅବଧି ବଢ଼ାଯାଇଥିଲା । ତଥାପି ଅମଙ୍ଗ ହୋଇଥିଲେ ଆଇଏମ୍ଏଫ୍ ଟିମ୍ । ଆର୍ଥିକ ଅନିୟମିତତାଗୁଡ଼ିକ ପାକିସ୍ତାନର ସ୍ବଚ୍ଛତା ଓ ଆର୍ଥିକ ଉତ୍ତରଦାୟିତ୍ଵ ଉପରେ ପ୍ରଶ୍ନ ଉଠାଇଛି । ନିରାପତ୍ତା କାର୍ଯ୍ୟ ପାଇଁ ଗଠନ କରାଯାଇଥିବା ସ୍ଵତନ୍ତ୍ର ପାଣ୍ଠିକୁ ନେଇ ମଧ୍ୟ ଆଇଏମ୍ଏଫ୍ ପ୍ରଶ୍ନ କରିଛି । ଚଳିତ ବର୍ଷ ମେ’ରେ ହୋଇଥିବା ବନ୍ୟା ଏବଂ ଭାରତ ସହ ସାମରିକ ସଂଘର୍ଷ ପାଇଁ ଆର୍ଥିକ ଲକ୍ଷ୍ୟ ହାସଲ ହୋଇପାରିନଥିବା ଆଇଏମ୍ଏଫ୍ ପ୍ରତିନିଧିକୁ ପାକିସ୍ତାନ କହିଥିଲା । କେତେକ ଗୁରୁତ୍ଵପୂର୍ଣ୍ଣ ସଂସ୍କାର ଆଣିଲେ ପରବର୍ତ୍ତୀ ପର୍ଯ୍ୟାୟ ପାଣ୍ଠି ଦିଆଯିବ ବୋଲି ଆଇଏମ୍ଏଫ୍ କିଛି କଠୋର ସର୍ତ୍ତ ରଖିଥିଲା। ପାକିସ୍ତାନର ବୈଦେଶିକ ମୁଦ୍ରା ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ନିଜସ୍ଵ ମୁଦ୍ରାରେ ଦେଖାଦେଇଥିବା ଅସ୍ଥିରତା ରୋକିବା ଲାଗି ସାହାଯ୍ୟ ଲୋଡ଼ିଥିଲା ପାକିସ୍ତାନ l

Comments are closed, but trackbacks and pingbacks are open.