ବାତ୍ୟା ଖବରକୁ ଖଣ୍ଡନ କଲା ପାଣିପାଗ ବିଭାଗ :

84

ଭୁବନେଶ୍ଵର: ବାତ୍ୟା ଖବରକୁ ଖଣ୍ଡନ କରି ଏବେ ବାତ୍ୟାର ସୂଚନା ନଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସ୍ପଷ୍ଟ କରିଛି। ମେ’ ୨୩ରୁ ୨୮ ମଧ୍ୟରେ ‘ବାତ୍ୟା ଶକ୍ତି’ ହେବା ନେଇ କେତେକ ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଇଏମଡି ଦୃଢ ଭାବରେ ଖଣ୍ଡନ କରିଛି। ଏକ ସରକାରୀ ସୂଚନାରେ ଆଇଏମଡି ସ୍ପଷ୍ଟ କରିଛି ଯେ, ମେ ୧୩ ତାରିଖରେ ଆଣ୍ଡାମାନ ସାଗର ଉପରେ କେବଳ ଏକ ଘୂର୍ଣ୍ଣିବଳୟ ଉପସ୍ଥିତି ବିଷୟରେ ରିପୋର୍ଟ କରାଯାଇଥିଲା, ଘୂର୍ଣ୍ଣିଝଡ଼ ନୁହେଁ। ପାଣିପାଗ ଦୃଷ୍ଟିରୁ ଦୁଇଟି ଯାକ ପୃଥକ। ଆଇଏମଡି ସ୍ପଷ୍ଟୀକରଣ ଦେଇ କହିଛି ଯେ, ବାତ୍ୟା ନେଇ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ପାଣିପାଗ ସ୍ଥିତିକୁ ନେଇ ଆଗକୁ ସୂଚନା ଦିଆଯିବ।

Comments are closed, but trackbacks and pingbacks are open.