IMDର ପୂର୍ବାନୁମାନ: ଏଥର ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା

85

ଭୁବନେଶ୍ୱର: ଏଥର ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏଭଳି ଆକଳନ କରିଛନ୍ତି। ବିଶେଷ କରି ଜୁନ୍ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଲ୍ ନିନୋ ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଏଭଳି ପାଣିପାଗ ସୃଷ୍ଟି ହେଉଥିବା ଜଣାପଡ଼ିଛି। ସେହିପରି ମଧ୍ୟ-ଭାରତରେ ମଧ୍ୟ ପ୍ରାୟ ୯୪ ପ୍ରତିଶତ କମ୍ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି। ଅପରପକ୍ଷରେ, ସମଗ୍ର ଦେଶରେ ଏବେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଓ ଗୁଜରାଟ ପାଇଁ ହିଟ୍‌ୱେଭ୍ (Heatwave) ଆଲର୍ଟ ଜାରି କରାଯାଇଛି। ଏହା ସହିତ ମହାରାଷ୍ଟ୍ର, ତେଲାଙ୍ଗାନା ଏବଂ ତାମିଲନାଡୁର କେତେକ ଅଞ୍ଚଳରେ ମଧ୍ୟ ଅତ୍ୟଧିକ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comments are closed, but trackbacks and pingbacks are open.