ବିବାହ ନକରି ଗର୍ଭବତୀ ହୋଇଛନ୍ତି ଇଲିଆନା: ସେୟାର୍‌ କଲେ ବେବି-ବମ୍ପ୍‌ର ଫଟୋ

114

୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍‌ ‌ଲୋକପ୍ରିୟତା ପାଲଟିଥିଲେ ଇଲିଆନା ଡି’କ୍ରୁଜ। ସେ ଏବେ ଗର୍ଭବତୀ ଅଛନ୍ତି। ତେବେ ଏହି କଥା ଏଥିପାଇଁ ଅଧିକ ଚର୍ଚ୍ଚା ହେଉଛି ଯେ ସେ ବିବାହ ନକରି ମଧ୍ୟ ବିନ ଦ୍ବିଧାରେ ନିଜର ଗର୍ଭଧାରଣ କଥା ଘୋଷଣା କରିଛନ୍ତି। ଏପରିକି ନିକଟରେ ସେ ସୋସିଆଲ୍‌ ମିଡିଆରେ ତାଙ୍କର ବେବି-ବମ୍ପ୍‌ ଦେଖାଇ କିଛି ଫଟୋ ବି ପୋଷ୍ଟ୍‌ କରିଛନ୍ତି।

ଇଲିଆନା ଡି’କ୍ରୁଜ ନିଜ ପ୍ରଥମ ପିଲାକୁ ନେଇ ବେଶ୍‌ ଉତ୍ସୁକ ଅଛନ୍ତି। ସେ ତାଙ୍କ ଇନ୍‌ଷ୍ଟା ‌ଷ୍ଟୋରିରେ ଆଇନା ସାମ୍ନାରେ ଛିଡ଼ା‌ ହୋଇ ଉଠାଇଥିବା କିଛି ଫଟୋକୁ ସେୟାର କରିଛନ୍ତି। ସେଥିରେ ତାଙ୍କ ‘ବେବି-ବମ୍ପ୍‌’ ସ୍ପଷ୍ଟ ଦେଖିବାକୁ ମିଳିଛି। ବିନା ହେୟାର୍‌ ଷ୍ଟାଇଲ୍‌ ଓ ବିନା ମେକ୍‌ଅପ୍‌ରେ ବି ଏକଦମ ଚମକୁଛନ୍ତି ଇଲିଆନା‌।

ତେବେ ଜାଣିବାକୁ ମିଳିଛି ଯେ ଇଲିଆନା ଏବେ ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ୍ ଲୌରେଣ୍ଟ୍‌ ମାଇକେଲ୍‌ଙ୍କ ସହ ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌ରେ ଅଛନ୍ତି। ଯିଏକି ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ଙ୍କ ଭାଇ।

ତେଲୁଗୁ ସିନେମା ‘ଦେବଦାସୁ’ ହେଉ କି ‘ଜଲ୍‌ସା’, ‘ଅମର ଆକବର ଆନ୍ଥୋନି’, ‘କିକ୍’, ତାମିଲ ସିନେମା ‘କେଡି’ ହେଉ କି ‘ନାନ୍‌ବାନ୍‌’ ପୁଣି ବଲିଉଡ୍ ମୁଭି ‘ବର୍ଫି’, ‘ମେ ତେରା ହିରୋ’, ‘ହାପି ଏଣ୍ଡିଙ୍ଗ୍’, ‘ରୁସ୍ତମ୍’, ‘ମୁବାରକ’, ‘ରେଡ୍’, ‘ଫଟା ପୋଷ୍ଟର ନିକ୍‌ଲା ହିରୋ’ ଓ ‘ଦ ବିଗ୍ ବୁଲ୍‌’ ଆଦି ତିରିଶରୁ ଅଧିକ ସିନେମାରେ ନାୟିକା ସାଜି ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଇଲିଆନା।

Comments are closed, but trackbacks and pingbacks are open.