ବଦଳିବ ବିଲ୍‌ଡିଂ ନିୟମାବଳୀ, ସରଳ ହେବ ପ୍ଲାନ ଆପ୍ରୁଭାଲ ପ୍ରକ୍ରିୟା

139

ଭୁବନେଶ୍ୱର: ବଦଳିବ ବିଲ୍‌ଡିଂ ନିୟମାବଳୀ। ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍‌) ଓଡ଼ିଶା ଚାପ୍ଟର। ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ । ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‌ (ଆଇଆଇଏ) ଓଡ଼ିଶା ଚାପ୍ଟର, ଏହାର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା ମହାନ୍ତିଙ୍କ ନେତୃତ୍ୱରେ ପ୍ରସ୍ତାବିତ ଚିଠା ଓଡ଼ିଶା ବିକାଶ ପ୍ରାଧିକରଣ (ପ୍ଲାନିଂ ଓ ନିର୍ମାଣ ମାନକ ନିୟମ) ୨୦୨୫, ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଏବଂ ସହରାଞ୍ଚର ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଆଇଏଏସ୍‌ଙ୍କୁ ପ୍ରଦାନ କରିଛି । କ୍ରେଡାଇ ଓଡ଼ିଶା, କ୍ରେଡାଇ ଭୁବନେଶ୍ୱର, ଆଫର୍ଡ ଏନଂ ନରେଡକୋ ଓଡ଼ିଶା ସମେତ ପ୍ରମୁଖ ଅଂଶୀଦାରଙ୍କ ସହିତ ବ୍ୟାପକ ଆଲୋଚନା ପରେ ଏହା ପ୍ରଦାନ କରାଯାଇଛି। ଚିଠା ପ୍ରସ୍ତାବ ଯେଭଳି ସମାବେଶୀ ଏବଂ ବାସ୍ତବବାଦୀ ହେବ ତାହା ସୁନିଶ୍ଚିତ କରିବାକୁ ଜନସାଧାରଣଙ୍କ ମତାମତକୁ ମଧ୍ୟ ବିଚାରକୁ ନିଆଯାଇଛି ।

Comments are closed, but trackbacks and pingbacks are open.