ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବେଖାତିର: ତାଳଦଣ୍ଡାରେ ଛଡ଼ାଯାଉଛି ପାଇଖାନା ପାଣି

26

ଭୁବନେଶ୍ୱର: ତାଳଦଣ୍ଡାକୁ ନିର୍ମଳ ତଥା ସୁନ୍ଦର କରିବା ଲାଗି କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଥିରେ ପାଇଖାନାର ମଇଳାପାଣି ଛଡ଼ାଯାଉଛି । ସ୍ପଷ୍ଟ ଦିବାଲୋକରେ ଏପରି କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳ ତଥା ତାଳଦଣ୍ଡା ପାଣି ଉପରେ ନିର୍ଭର କରୁଥିବା ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇବର୍ଷରୁ ଊର୍ଦ୍ଧ୍ୱକାଳ ହେବ ତାଳଦଣ୍ଡାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି । ତାଳଦଣ୍ଡାର ଶଯ୍ୟାକୁ ସଫାକରିବା ସହିତ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ସିନ୍ଥେଟିକ୍ ଚଦର ଦୁଇପଟରେ ଲଗାଯାଉଛି । ଏହାଦ୍ୱାରା ତାଳଦଣ୍ଡା କୂଳରେ ଅନାବନା ଗଛ ଉଠିବନି, ପାଣି ସଫାରହିବ । ଆବଶ୍ୟକ ହେଲେ ତାଳଦଣ୍ଡା ପାଣି ଚାଷ ସହିତ ଗାଧୋଇବା ପାଇଁ ଉପଯୋଗ ହୋଇପାରିବ । ଏହାଛଡ଼ା ଏଥିରେ ମଟର ବୋଟିଂ ବ୍ୟବସ୍ଥା ଖୁବ୍‌ଶୀଘ୍ର ହେବାକୁ ଯାଉଛି । ସହରବାସୀ ଅବସର ସମୟରେ ଏହି ବୋଟିଂର ସୁବିଧା ପାଇପାରିବେ । ମାତ୍ର ଏବେ କଟକ ସହର ତଥା ଏହାର ଆଖପାଖ ଅଞ୍ଚଳରେ ପାଇଖାନା ସଫା କରୁଥିବା କେତେକ ଟ୍ୟାଙ୍କର୍ ମାଲିକ ସଂଗୃହୀତ ପାଇଖାନା ମଇଳାପାଣିକୁ ତାଳଦଣ୍ଡାରେ ଛାଡୁଥିବା ଦେଖିବାକୁ ମିଳିଛି । ଏସବୁକୁ ସହରଠାରୁ ଦୂରସ୍ଥାନରେ ଫୋପାଡ଼ିବା କଥା । ଦୂର ସ୍ଥାନକୁ ଗଲେ ତେଲ ଖର୍ଚ୍ଚ ଅଧିକ ପଡ଼ୁଥିôବାରୁ ଲାଭଖୋର୍ ମାଲିକମାନେ ତାଳଦଣ୍ଡାରେ ଏହି ପାଣି ଛାଡୁଛନ୍ତି । ତାଳଦଣ୍ଡା କୂଳରେ କେହି ନଥିôବାବେଳେ କିମ୍ବା ଏକାନ୍ତ ସ୍ଥାନରେ ଧାରାବାହିକ ଭାବେ ଏହି ମଇଳାପାଣି ଛାଡୁଥିôବା ଦେଖାଯାଉଛି । ସୂଚନାଯୋଗ୍ୟ କିଛିଦିନ ହେବ ଯୋବ୍ରା ଆନିକଟ୍‌ରୁ ତାଳଦଣ୍ଡାରେ ପାଣି ଛଡ଼ାଯାଇଛି । ଆଗକୁ କାର୍ତ୍ତିକପୂର୍ଣ୍ଣିମା ଆସୁଥିôବାରୁ ଏଥିରେ ବୋଇତ ଭସାଇ ବୁଡ଼ ପକାଇବାକୁ ସ୍ଥାନୀୟ ଲୋକେ ମନସ୍ଥ କରିଥିଲାବେଳେ କେତେକ ଲାଭଖୋର୍ ପାଇଖାନା ସଫା ଟ୍ୟାଙ୍କର୍ ମାଲିକଙ୍କ ଏପରି କାର୍ଯ୍ୟ ଅନେକଙ୍କୁ ବ୍ୟଥିତ କରିଛି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed, but trackbacks and pingbacks are open.