ଏହି ୫ ଟି ସମସ୍ୟା ଥିଲେ ଜିରା, ଜୁଆଣି ଓ ବିଟ ଲୁଣ ର କରନ୍ତୁ ଏହି ଘରୋଇ ଉପଚାର

24

ଆମ ସମସ୍ତଙ୍କ ଶରୀରରେ କିଛି ନ କିଛି ସମସ୍ୟା ରହିଥାଏ I ଏଥିପାଇଁ ଆମେ ଡାକ୍ତରୀ ଚିକିତ୍ସା ସହିତ ବେଳେ ଘରୋଇ ଉପଚାର କରିଥାଉ ଆଉ ଏହା ଆମ ପଡିନ ବହୁତ ଫଳପ୍ରଦ ହୋଇଥାଏ I ଆଜି କାଲି ଆମମାନଙ୍କର ଖାଦ୍ୟଶୈଳୀକୁ ନେଇ ଆମକୁ ପେଟ ସମ୍ବନ୍ଧୀୟ ଅନେକ ରୋଗ ଭୋଗିବାକୁ ପଡିଥାଏ ,ଏଥିପାଇଁ ଘରୋଇ ଉପାୟ ରେ ଜିରା, ଜୁଆଣି ଓ କଳା ଲୁଣ ର ମିଶି ଗୁଣ୍ଡ କରି ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ I ଜିରା ଏବଂ ଜୁଆଣୀରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ,ଫାଇବର ,ଆଇରନ,କପର ,ମାଙ୍ଗାନିଜ ,ଜିଙ୍କ ,ମ୍ୟାଗନେସିୟମ ଏବଂ ନିକୋଟେନିକ ଏସିଡ ମିଳିଥାଏ | ତା’ ସାଥିରେ କଳାଲୁଣରେ ସୋଡିୟମର ମାତ୍ରା ବହୁତ କମ ରହିଥାଏ | ଏହାଛଡା ଏଥିରେ କେତେକ ମିନେରାଲସ ,କ୍ୟାଲସିୟମ ଏବଂ ଆଇରନ ଭଳି ତତ୍ୱ ମିଳିଥାଏ I ଏହି ପୋଷାକ ତତ୍ତ୍ୱ ସାହାଯ୍ୟରେ ଆପଣଙ୍କୁ ଶରୀରରେ ସୃଜନ ,ବଦହଜମି ଏବଂ ମାଂସପେଶୀରେ ଯନ୍ତ୍ରଣାରେ ବହୁତ ଆରାମ ମିଳିଥାଏ | ତେଣୁ ଆପଣ ପ୍ରତିଦିନ ଏହାର ସେବନ କରନ୍ତୁ | ଶରୀରରେ ହୋଇଥାଏ ବହୁ ପ୍ରକାର ଲାଭ I

୧ – ବଦହଜମି : ବଦହଜମି ବା ଗ୍ୟାସର ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି | ୱାର୍କ ଫ୍ରମ ହୋମ କାରଣରୁ ଶାରୀରିକ ଗତିବିଧି ବହୁତ କମ ହୋଇ ଯାଇଛି ଏବଂ ଆମର ଖାଦ୍ୟ ସହଜରେ ହଜମ ହୋଇପାରୁ ନାହିଁ | ଜିରା ,ଜୁଆଣି ଏବଂ କଳାଲୁଣରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ବଦହଜମି ପରିସ୍ଥିତିରେ ପେଟ ଯନ୍ତ୍ରଣା କମ କରିବାରେ ସହାୟକ ହୋଇଥାଏ |

୨ – ଦାନ୍ତ : ଜିରା ,ଜୁଆଣି ଏବଂ କଳାଲୁଣର ଉପଯୋଗ ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ବହୁତ ଆରାମ ମିଳିଥାଏ | ଏଥିରେ ଥିବା କ୍ୟାଲସିୟମ ଆପଣଙ୍କ ଦାନ୍ତକୁ ମଜବୁତ କରିଥାଏ | ତା’ ସହିତ ମୁହଁରୁ ବାହାରୁ ଥିବା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳିଥାଏ |ଏହି ତିନି ମିଶ୍ରଣକୁ ଦାନ୍ତରେ ମସାଜ କରିବା ଦ୍ୱାରା ବହୁତ ଶାନ୍ତି ମିଳିଥାଏ-

୩ – ଇମ୍ୟୁନିଟି : ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଜଭୁତ କରିବାପାଇଁ ଜିରା ,ଜୁଆଣି ଏବଂ କଳାଲୁଣର ମିଶ୍ରଣ କେତେ ପ୍ରକାରର ଲାଭ ଦାୟକ ହୋଇଥାଏ | ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ପୋଷକ ତତ୍ତ୍ୱ ଆପଣଙ୍କ ଶରୀରକୁ ରୋଗ ସହିତ ଲଢ଼ିବାକୁ ପ୍ରସ୍ତୁତ କରିଥାଏ |

ବ୍ଲଡ଼ ପ୍ରେସର : ଜିରା,ଜୁଆଣି ଏବଂ କଳାଲୁଣର ମିଶ୍ରଣ ବ୍ଲଡ଼ ପ୍ରେସର କମ କରିବାରେ ବି ବହୁତ ଲାଭ ଦାୟକ ହୋଇଥାଏ |ଏହାର ସେବନ ଦ୍ୱାରା ଆପଣଙ୍କ ବିପି ନିୟନ୍ତ୍ରଣରେ ରହିବା ସହିତ ବ୍ଲଡ଼ ସୁଗାର ମଧ୍ୟ କଣ୍ଟ୍ରୋଲରେ ରହିଥାଏ |

ଓଜନ : ଜିରା, ଜୁଆଣି ଏବଂ କଳାଲୁଣର ମିଶ୍ରଣ ଶରୀରରେ କାର୍ବୋହାଇଡ୍ରେଟ ଏବଂ ଫ୍ୟାଟର ହଜମରେ ସହାୟତା କରିଥାଏ |ତା’ ସହିତ ଏହାଦ୍ୱାରା ଶରୀରର ମେଟାବୋଲିଜିମ ମଧ୍ୟ ବଢିଥାଏ ଏବଂ ହଜମ ଶକ୍ତି ମଧ୍ୟ ଠିକ ରହିଥାଏ | କଳାଲୁଣରେ ଆଣ୍ଟିଓଵେଶୀଟି ଗୁଣ ରହିଥାଏ ଯଦ୍ୱାରା ଓଜନ କମ ହୋଇଥାଏ |

Comments are closed, but trackbacks and pingbacks are open.