ଦୁର୍ଗାପୂଜା ରେ ବଟି ଆଦାୟ କଲେ ବନ୍ଧା ହେବ

28

ଦୁର୍ଗାପୂଜା ସମୟ ରେ ବଟି ଆଦାୟ କଲେ ବନ୍ଧା ହେବେ ଇ ଯିଏ ଜବରଦସ୍ତ ଚାନ୍ଦା ମାଗିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାନ୍ଦା ମାଗିଲେ ତାକୁ ଛଡ଼ାଯିବ ନାହିଁ ବୋଲି ଟ୍ୱିନସିଟିର ଅଫିସରଙ୍କୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । କମିଶନର ଆହୁରି ମଧ୍ୟ କହିଛନ୍ତି ଯେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜନସାଧାରଣ ମାନେ ସିଧାସଳଖ ପୁଲିସକୁ ଖବର ଦେଇପାରିବେ ଏବଂ ତାଙ୍କ ନାଁ ଗୋପନ ରଖାଯିବ Iତେବେ ଦୁର୍ଗାପୂଜା ସମୟରେ ଭୁବନେଶ୍ୱର ଓ କଟକରେ ବିଭିନ୍ନ ଗ୍ୟାଙ୍ଗ୍ ସକ୍ରିୟ ହୋଇଉଠନ୍ତି । ଯେଉଁମାନେ ସାଧାରଣ ଲୋକଙ୍କୁ ଡରାଇ, ଧମକାଇ ଟଙ୍କା ଆଦାୟ କରିଥାନ୍ତି । ତେବେ ଏହି ଲୋକମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍ ପୋଲିସ ଏବେ ତପ୍ତର ହୋଇ ଉଠିଛି । ଏହି ଲୋକମାନଙ୍କ ବିରୋଧରେ ଅଭିଯୋଗ ଆସିଲେ ପୋଲିସକୁ ତୁରନ୍ତ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

Leave A Reply

Your email address will not be published.