ଡ୍ୟୁଟିରେ ଥାଇ ମୃତ୍ୟୁ ବରଣ କଲେ ମିଳିବ ୩୦ଲକ୍ଷ ଅନୁକମ୍ପା ରାଶି :ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା

0 14

ଆସନ୍ତା ମାସ ଫେବୃଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ମୋଟ୍ ୫ଟି ପର୍ଯ୍ୟାୟରେ ହେବ ମତଦାନ । ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟି ରେ ଥିବା କର୍ମଚାରୀ ମାନଙ୍କର କୌଣସି କାରଣରୁ ମୃତ୍ୟୁ ହେଲେ , ମୃତ୍ୟୁ ଜନିତ ଅନୁକମ୍ପା ରାଶି ବଢ଼ାଇଯାଇଛି । ଏଣିକି ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ କର୍ମଚାରୀ ଙ୍କୁ ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି ।
ଏହାବାଦ ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ମଧ୍ୟ ମିଳିବ ଅନୁକମ୍ପା ରାଶି । ନିର୍ବାଚନ ଡ୍ୟୁଟିରେ ଥାଇ ଯଦି ଦୁର୍ଘଟଣାରେ ଆଖି,କିମ୍ବା ଅନ୍ୟ କୌଣସି ଅଙ୍ଗହାନୀ ହେଲେ ୭.୫ ଲକ୍ଷ ମିଳିବ। ଡ୍ୟୁଟିରେ ଥାଇ ଗୁରୁତର ଆହତ ହେଲେ ମିଳିବ ୨ ଲକ୍ଷର ଅନୁକମ୍ପା । ସେହିପରି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ୩୦ ଲକ୍ଷର ସହାୟତା ରାଶି ମିଳିବ । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ ଗାଡ଼ି ଡ୍ରାଇଭର ଓ ହେଲପର ବି ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ନିକଟ ସମ୍ପର୍କୀୟଙ୍କୁ ଏହି ଅନୁକମ୍ପା ରାଶି ଦେବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.