ଘରେ ବଦଖର୍ଚ ଅଧିକ ହେଉଥିଲେ ଘରର ଏହି ଦିଗରେ ରଖନ୍ତୁ ଆଲମାରୀ

10

ଘରେ ବେଳେବେଳେ ହଠାତ ଖର୍ଚ ବଢ଼ିଯାଇଥାଏ I ଯେତେ ଚେଷ୍ଟା କଲେ ମଧ୍ୟ ମାସ ଶେଷରେ ବଜେଟ ଟାଣ ଟୁଣ ହୋଇଥାଏ I ଏହାର ଅନେକ କାରଣ ଥାଇପାରେ, କିନ୍ତୁ ସେଥିମଧ୍ୟରୁ ଗୋଟିଏ ଭସ୍ତୁବାସ୍ତୁ ଜନିତ ତ୍ରୁଟି ବି ହୋଇପାରେ I ତେବେ ଆସନ୍ତୁ ଜାଣିବା ଘରେ କେଉଁ କାରଣ ରୁ ହେଉଛି ଅଧିକ ବଦଖର୍ଚ,ଏହା କୁ କିପରି ଏଡାଇବେ I

-ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ, ଯଦି ଘରେ ଟଙ୍କା ରହୁଥିବା ଆଲମାରୀକୁ ଯଥା ସ୍ଥାନରେ ରଖାଯାଏ ନାହିଁ, ତେବେ ଆୟଠାରୁ ଅଧିକ ବ୍ୟୟ ହୁଏ I ଧନ ସମ୍ବନ୍ଧୀୟ ବାସ୍ତୁରେ ବିଶେଷ ମହତ୍ତ୍ୱ ରହିଛି I ଏଭଳି ପରିସ୍ଥିତିରେ ପ୍ରଥମେ ବାସ୍ତୁ ତ୍ରୁଟିକୁ ସୁଧାରିବା ଦରକାର I

-ଘରେ କେଉଁଠି ରଖିବେ ଟଙ୍କା ପଇସା ?
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂର୍ବ ଏବଂ ଉତ୍ତର ଦିଗ ଟି ହେଉଛି ଦେବତାମାନଙ୍କର I ଦେବତାମାନେ ଏହି ଦିଗରେ ବାସ କରନ୍ତି I ଏଭଳି ପରିସ୍ଥିତିରେ ଧନସମ୍ବନ୍ଧୀୟ ଆଲମାରୀ ବା ବାକ୍ସକୁ ପୂର୍ବ ଦିଗରେ ରଖିବା ଶୁଭ ଅଟେ। ଯଦି ଆପଣ ଚାହାଁନ୍ତି, ଆପଣ ଘରର ଉତ୍ତର ଦିଗରେ ସୁରକ୍ଷିତ ରଖିପାରିବେ I ଏହା କରିବା ଦ୍ୱାରା ଘରେ ଧନ ବୃଦ୍ଧି ସହିତ ଅଯଥା ଖର୍ଚ ମଧ୍ୟ ନିୟନ୍ତ୍ରିତ ହୁଏ I

-ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଘରର ଦକ୍ଷିଣ ଦିଗରେ ଆଲମାରୀ କିମ୍ବା ଟଙ୍କା ରହୁଥିବା ବାକ୍ସ ରଖିବା ଉଚିତ୍ ନୁହେଁ I ଏଥିରେ ଧାନ କ୍ଷୟ ହୁଏ ନାହିଁ କିମ୍ବା ଧନରେ ବୃଦ୍ଧି ହେବ ନାହିଁ I ବାକ୍ସ କିମ୍ବା ଆଲମାରୀ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ବ୍ୟବହାର କରିବା ଉପଯୁକ୍ତ ସ୍ଥାନ I ଭୁଲ ରେ ମଧ୍ୟ ଘରର ପଶ୍ଚିମ ଦିଗରେ ଟଙ୍କା ରହୁଥିବା ଆଲମାରୀ କିମ୍ବା ବାକ୍ସ ରଖନ୍ତୁ ନାହିଁ କାରଣ ଏହା ଆର୍ଥିକ କ୍ଷତି ଘଟାଇଥାଏ ତା ସହିତ ବଦଖର୍ଚ ମଧ୍ୟ ବୃଦ୍ଧି ପାଇ ପକେଟ ଖାଲି କରିଦେଇଥାଏ I

Leave A Reply

Your email address will not be published.