ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ

65

ରାୟପୁର: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ସମେତ ୧,୬୦୦ ରୁ ଅଧିକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହାରି ଭିତରେ ମାଓ ପ୍ରବଣ ଅଞ୍ଚଳରେ ଦେଖିବାକୁ ମିଳିଛି ବଡ ଘଟଣା । ଭୋଟିଂ ମଧ୍ୟରେ ଛତିଶଗଡର ବସ୍ତରରେ ଆଇଇଡି ବିସ୍ଫୋରଣ ସୂଚନା ମିଳିଛି ।

ଏହି ଆଇଇଡି ବିସ୍ଫୋରଣରେ ସିଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ହିଂସା ମଧ୍ୟରେ ବିଜାପୁରର ଭୌରମଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ସିଆରପିଏଫ ଯବାନ ମନୁ ଏଚସି ଆହତ ହୋଇଛନ୍ତି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବାମ ଗୋଡ ଏବଂ ବାମ ହାତରେ ଆଘାତ ଲାଗିଛି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପୋଲିଂ ବୁଥ ଠାରୁ ୫୦୦ ମିଟର ଦୂରରେ ୟୁବିଜିଏଲର ସେଲ୍ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଡ୍ୟୁଟିରେ ଥିବା ଜଣେ ସିଆରପିଏଫ ଯବାନ ଆହତ ହୋଇଥିଲେ ।

Comments are closed, but trackbacks and pingbacks are open.