IAS ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

120

କଟକ: IAS ବିଷ୍ଣୁପଦ ସେଠୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଯାଏଁ ବିଷ୍ଣୁ ପଦ ଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା। ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେଯାଏଁ ବିଷ୍ଣୁପଦଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି IAS ବିଷ୍ଣୁପଦ ସେଠୀ ।ସୂଚନା ଥାଉକି, ୧୦ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । ଯାହାକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ଣୁପଦ । କିନ୍ତୁ ଗତ ମାସ ୨୦ ତାରିଖରେ ବିଷ୍ଣୁପଦଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଯଦ୍ୱାରା ଗିରଫଦାରୀର ସମ୍ଭାବନା ବଢିଥିଲା । ତେବେ ସମ୍ଭାବ୍ୟ ଗିରଫଦାରୀ ଏଡାଇବା ଲାଗି IAS ବିଷ୍ଣୁପଦ ସେଠୀ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

Comments are closed, but trackbacks and pingbacks are open.