ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

229

ଭୁବନେଶ୍ବର : ବ୍ରିଜ ଆଣ୍ଡ୍ ରୁଫ କନଷ୍ଟ୍ରକ୍ସନ କର୍ପୋରେସନ ଲାଞ୍ଚ ମାମଲା I ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ହାଇକୋର୍ଟଙ୍କ ପରେ ଏବେ ବିଷ୍ଣୁପଦଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି I ଗତ ଜୁଲାଇ ୨୮ରେ ଜାମିନ ଆବେଦନ ଖାରଜ ନେଇ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ସୂଚନାଥାଉକି, ଗତ ବର୍ଷ ଡିସେମ୍ୱର ୬ରେ ଏକ ହୋଟେଲ ସାମ୍ନାରେ ଏକ ଦାମୀ କାରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହେଉଥିବା ବେଳେ ଦିଲ୍ଲୀ ସିବିଆଇ ଚଢାଉ କରିଥିଲା। ଏହା ପରେ ବ୍ରିଜ ଆଣ୍ଡ୍ ରୁଫ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ତନାଘନା କରିଥିଲା ସିବିଆଇ । ଏହି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଥିଲା ସିବିଆଇ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ଗିରଫ କରିଥିଲା।

ପରେ ଏହି ଲାଞ୍ଚ ମାମଲାକୁ ନେଇ ବିଷ୍ନୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ ଟିମ୍ । ଚଢ଼ାଉକୁ ବିରୋଧ କରି ପ୍ରଥମେ ହାଇକୋର୍ଟ ଆସିଥିଲେ ବିଷ୍ନୁପଦ। କିନ୍ତୁ ଗତ ମାସ ୨୦ ତାରିଖରେ ହାଇକୋର୍ଟ ବିଷ୍ନୁପଦଙ୍କ ଆବେଦନକୁ ଖାରଜ କରିଥିଲେ। ତେବେ ସମ୍ଭାବ୍ୟ ଗିରଫଦାରୀକୁ ଏଡାଇବା ଲାଗି ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଥିଲା। ପରେ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Comments are closed, but trackbacks and pingbacks are open.