ଗହମ ଓ ସୋରିଷ ଚାଷ ପାଇଁ IARI କୃଷି ବୈଜ୍ଞାନିକ ଙ୍କ ନୂଆ ଆଡଭାଇଜରୀ

27

ବର୍ତ୍ତମାନ ସମୟରେ ଦେଶର କିଛି ସ୍ଥାନରେ ଗହମ ଫସଲ ଅମଳ ହେବାକୁ ଯାଉଛି । ଏଭଳି ସ୍ଥିତିରେ ଭାରତୀୟ କୃଷି ଗବେଷଣା ସଂସ୍ଥା (ଆଇଏଆରଆଇ)ର ବୈଜ୍ଞାନିକମାନେ କିଷାନମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି । ତାପମାତ୍ରା ବା ପବନର ବେଗକୁ ଦୃଷ୍ଟିରେ ରଖି ଗହମ ଫସଲ ଉପରେ ସାମାନ୍ୟ ମାତ୍ରାରେ ସିଞ୍ଚନ କରିବା ଦରକାର । ଏହି ସିଞ୍ଚନ ସମୟରେ ପୌଦ୍ଧା ଯେପରି ନ ଝଡ଼ିବ, ସେଥିପାଇଁ ଧ୍ୟାନ ଦେବା ଉଚିତ । ମୌସମ ପରିବର୍ତ୍ତନ ସହ ଫସଲରେ ବିଭିନ୍ନ ପ୍ରକାର ରୋଗ ଲାଗିଥାଏ । କଳା, ବାଦାମୀ ରଙ୍ଗର କଳଙ୍ଗ ପରି କିଛି ଦେଖାଦେଲେ ଫସଲରେ ୫ ଗ୍ରାମର ଡାୟଥନେ ଏମ-୪୫ ବା ୧ ଗ୍ରାମର କାର୍ବୋଣ୍ଡାଜିମ କିମ୍ବା ୧ ଗ୍ରାମ/ ଲିଟରର ପ୍ରୋପିକୋନାଜୋଲକୁ ପାଣି ସହିତ ମିଶାଇ ସ୍ପ୍ରେ କରିବା ଉଚିତ୍ ।କୃଷି ବୈଜ୍ଞାନିକଙ୍କ ମତରେ, ତରବରିଆ ଭାବେ ସୋରିଷ ଫସଲକୁ କ୍ଷେତରୁ କାଟିବା ଅନୁଚିତ । ୭-୮୦ ପ୍ରତିଶତ ଫସଲର ରଙ୍ଗ ବାଦାମୀ ଧାରଣ କରିବା ଫସଲ କାଟିବା ଯୋଗ୍ୟ ବୋଲି ଜଣାପଡ଼େ । ଫସଲକୁ ଅଧିକ ପାଚିବା ସ୍ଥିତିରେ ଛାଡ଼ିଦେଲେ ଦାନା ଝଡ଼ିବାର ସମ୍ଭାବନା ରହିଥାଏ । କଟା ଫସଲକୁ ଅଧିକ ଦିନ ଧରି କ୍ଷେତ୍ରରେ ରଖିବା କ୍ଷତିଦାୟକ ହୋଇଥାଏ ।
ଯଦି ଫସଲରେ ଛେଦକ କୀଟର ପ୍ରକୋପ ଅଧିକ ଥାଏ, ତେବେ ୧ ଗ୍ରାମ/ ଲିଟରର ବିଟି ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ଏହାପରେ ହ୍ରାସ ନ ପାଇଲେ ୧୫ ଦିନ ପରେ ସ୍ପିନୋସୈଡ କୀନନାଶକ ୪୮ ଇସିକୁ ୧ ମିଲି ବା ୪ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ । ପନିପରିବାରେ ସ୍ପ୍ରେ କରିବାର ଏକ ସପ୍ତାହ ପର୍ଯ୍ୟନ୍ତ ଫସଲ ତୋଳନ୍ତୁ ନାହିଁ । ବୀଜଧାରୀ ସବଜିରେ ଚେIପା ସଂକ୍ରମଣ ଉପରେ ଧ୍ୟାନ ଦିଅନ୍ତୁ ।

Comments are closed, but trackbacks and pingbacks are open.