IAF ଚପର କ୍ରସ୍: କୁନୁର ହେଲିକପ୍ଟର ଦୁର୍ଘଟଣାରୁ ବଞ୍ଚିଯାଇ ଥିବା କ୍ୟାପଟେନ ବରୁଣ ସିଂଙ୍କ ଅବସ୍ଥା କିପରି ଅଛି ଜାଣନ୍ତୁ

21

ତାମିଲନାଡୁ ର କୁନୁରରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣା କୁ ପ୍ରାୟ ୯୦ ଘଣ୍ଟା ବିତିଗଲାଣି I ଏହି ଦୁର୍ଘଟଣାରେ ଦେଶ ର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣ ସାହସୀ ବୀର ଙ୍କୁ ଦେଶ ହରାଇଛି । ଏହି ଦୁର୍ଘଟଣାରେ ସୌଭାଗ୍ୟ କ୍ରମେ କେବଳ ଜଣେ ବ୍ୟକ୍ତି ବଞ୍ଚିଛନ୍ତି, ସେ ହେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ I କ୍ୟାପଟେନ ସିଂ ଏବେବି ଡାକ୍ତରଖାନାରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ସାରା ଦେଶରେ ପ୍ରାର୍ଥନା କରୁଛନ୍ତି I
ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂଙ୍କ ମଙ୍ଗଳ ପାଇଁ ସମଗ୍ର ଦେଶ ପ୍ରାର୍ଥନା କରୁଛି। ସମସ୍ତେ ଚାହାଁନ୍ତି ଯେ ସେ ଯଥାଶୀଘ୍ର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୁଅନ୍ତୁ, କିନ୍ତୁ ତାଙ୍କ ଅବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁତର ରହିଛି। କ୍ୟାପଟେନ ସିଂଙ୍କୁ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଦିଆଯାଉଛି। ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ ବାୟୁସେନା ଅଧିକାରୀ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଏ ଯାଏ କୌଣସି ଉନ୍ନତି ହୋଇନାହିଁ। ସେହିଭଳି ତାଙ୍କ ଅବସ୍ଥା ଗୁରୁତର ରହିଛି।
ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କ୍ୟାପଟେନ ସିଂଙ୍କ ପରିବାର ସହ ଏକ ଫୋନ୍ ବାର୍ତ୍ତାଳାପ କରିଥିଲେ। ବାର୍ତ୍ତାଳାପରେ ସେ କ୍ୟାପଟେନ ସିଂଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଦେବା ବିଷୟରେ କହିଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ ଏହି କଷ୍ଟ ସମୟରେ ସମଗ୍ର ଦେଶ ତାଙ୍କ ସହ ଅଛନ୍ତି। ଏଥିସହ କ୍ୟାପଟେନ ସିଂଙ୍କ ଚିକିତ୍ସାକୁ ନେଇ ପରିବାର ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ। ଏଥି ସହିତ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କ୍ୟାପଟେନ ସିଂଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ଏକ ବିଶେଷଜ୍ଞ ଦଳ ନଜର ରଖିଛନ୍ତି।

ସୂଚନା ଥାଉ କି ଡିସେମ୍ବର ୮ ତାରିଖରେ ରେ ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ସିଡିଏସ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କୁ ସମ୍ପୂର୍ଣ୍ଣ ସାମରିକ ସମ୍ମାନ ସହିତ ଶବଦାହ କରାଯାଇଥିଲା। ଏହି ସେନା ହେଲିକପ୍ଟର ରେ ୧୪ ଜଣ ବରିଷ୍ଠ ଏନ ଅଧିକାରୀ ଙ୍କୁ ନେଇ ୱେଲିଂଟନ ସେନା କଲେଜକୁ ଏକ ଵକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା I ୧୪ ଜଣଙ୍କ ମଧ୍ୟରୁ ଜୀବିତା ବସ୍ଥାରେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ ଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.